ଛତିଶଗଡ଼ ନକ୍ସଲ ଆକ୍ରମଣରେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଅଳ ସହିଦ

ବାଲେଶ୍ବର: ନିର୍ବାଚନ ବେଳେ ଛତିଶଗଡ଼ରେ ନକ୍ସଲଙ୍କ IED ବିସ୍ଫୋରଣ । ବାଲେଶ୍ବର ଜିଲ୍ଲା ବାହାନଗା ଗୋପାଳପୁରର ବିଏସଏଫ ଯବାନ ପ୍ରକାଶ ଚନ୍ଦ୍ର ଶିଅଳ ସହିଦ । ନିର୍ବାଚନୀ ସୁରକ୍ଷା ଦାୟିତ୍ବରେ ଥିଲେ ପ୍ରକାଶ ।

ଛତିଶଗଡରେ ନକ୍ସଲ ଆକ୍ରମଣରେ ଓଡିଆ ଯବାନ ସହିଦ । ନିର୍ବାଚନ ବେଳେ ନକ୍ସଲମାନେ IED ବିସ୍ଫୋରଣ କରିବାରୁ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଅଳଙ୍କ ମୃତ୍ୟୁ ହୋଇଛି । ପ୍ରକାଶଙ୍କ ଘର ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗାଁରେ । ନିର୍ବାଚନୀ ସୁରକ୍ଷା ଦାୟିତ୍ବରେ ଥିଲେ ପ୍ରକାଶ । ଗତ ସୋମବାର କାଙ୍କେର ଜିଲ୍ଲାରେ ନକ୍ସଲଙ୍କ ଦ୍ବାରା ହୋଇଥିବା ଆଇଇଡି ବିସ୍ଫୋରଣରେ ପ୍ରକାଶ ଗୁରୁତର ହୋଇଥିଲେ । ତାଙ୍କୁ ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଇ ରାଜଧାନୀ ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *