ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ

କଟକ: ନ୍ୟାୟପାଳିକା ସହ ଯୋଡ଼ି ହେଲା ଏକ ନୂତନ ଅଧ୍ୟାୟ । ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ । ଏହି ପେପରଲେସ୍ କୋର୍ଟର ଶୁଭାରମ୍ଭ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ । କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏମଆର ଶାହା ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, ଓଡ଼ିଶାର ହାଇକୋର୍ଟର ୭୫ ବର୍ଷ ପୂରଣ ହେବାପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ମଧ୍ୟ ସ୍ୱତନ୍ତ୍ର ଡାକ କଭର ପ୍ରକାଶ କରିବେ। ଇ-ଫାଇଲ୍ ଏବଂ ଇ-ଡକ୍ୟୁମେଣ୍ଟ୍ ଦାଖଲର ସୁବିଧା କାର୍ଯ୍ୟକାରୀ କରିବାକୁ ପଡିବ।

ପେପରଲେସ କୋର୍ଟ ଦ୍ୱାରା ବିଚାର ପ୍ରକ୍ରିୟା ସହଜ ହୋଇପାରିବ । ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ଏକତ୍ର ରଖା ଯାଇପାରିବା ସହ ଗଛକଟାକୁ ରୋକାଯାଇପାରିବ । ଏହି କୋର୍ଟ ଶୁଭାରମ୍ଭ ହେବା ପରେ ଲୋକେ ଘରେ ବସି କୋର୍ଟରେ ଅଭିଯୋଗ କରିପାରିବେ । କମ୍ ସମୟରେ ମାମଲାର ବିଚାର କରାଯାଇପାରିବ । ସମୟାନୁସାରେ ସଭିଏଁ ଟେକ୍ନୋଲୋଜିକୁ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଓଡିଶାର ୩୦ଟି ଜିଲ୍ଲାରେ ଏହି ସେବା ଶୁଭାରମ୍ଭ କରିଥିବାରୁ ଏହା ପ୍ରଶଂସା ଯୋଗ୍ୟ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ କହିଛନ୍ତି ।

Leave a Reply

Your email address will not be published. Required fields are marked *