ସବୁଜ ବାଣକୁ ନେଇ ଦ୍ଵନ୍ଦରେ ଲୋକ, ଚିନ୍ତାରେ ବ୍ୟବସାୟୀ

ହାଇକୋର୍ଟ ଓ ଏସ.ଆର.ସିଙ୍କ ଗାଇଡଲାଇନ ପରେ ଗ୍ରୀନ ବାଣକୁ ନେଇ ସବୁଠି ଦ୍ଵନ୍ଦ। କିନ୍ତୁ ଏସବୁ ଭିତରେ ବ୍ୟବସାୟୀ ନିରାଶ ହୋଇପଡୁଛନ୍ତି। ସବୁଜ ବାଣକୁ ନେଇ ଦ୍ଵନ୍ଦରେ ପଡୁଛନ୍ତି ଲୋକ।
ଦ୍ଵନ୍ଦରେ ଦୀପାବଳି; ବାଣ ବିକ୍ରି ଓ ସବୁଜ ବାଣକୁ ନେଇ ଚିନ୍ତାରେ ବ୍ୟବସାୟୀ ଓ ଲୋକସବୁଜ ବାଣ ବାବଦରେ ଜାଣିନାହାନ୍ତି ଲୋକ (ପ୍ରତୀକାତ୍ମକ ଛବି)

ଭୁବନେଶ୍ୱର: ଦୀପାବଳିକୁ ରହିଲା ଆଉ ମାତ୍ର ୨ଦିନ। ଏଥର ବିନା ବାଣରେ ହେବ ଦୀପାବଳି। ହାଇକୋର୍ଟ ଓ ଏସ.ଆର.ସିଙ୍କ ଗାଇଡଲାଇନ ପରେ ଗ୍ରୀନ ବାଣକୁ ନେଇ ସବୁଠି ଦ୍ଵନ୍ଦ। କିନ୍ତୁ ଏସବୁ ଭିତରେ ବ୍ୟବସାୟୀ ନିରାଶ ହୋଇପଡୁଛନ୍ତି। ସବୁଜ ବାଣକୁ ନେଇ ଦ୍ଵନ୍ଦରେ ପଡୁଛନ୍ତି ଲୋକ।

ଦୀପାବଳିରେ ବାଣ ଦୋକାନ କରିବା ପାଇଁ ଲାଇସେନ୍ସ ଆପ୍ଲାଏ କରିବାକୁ ପଡିଥାଏ। ମାତ୍ର ଚଳିତ ବର୍ଷ ଦିନକ ଭିତରେ ଲାଇସେନ୍ସ ପାଇଁ ଆପ୍ଲାଏ କରି ବେପାର କରିବା ବେପାରୀମାନଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି। ସେପଟେ ନିୟମ ଅନୁଯାୟୀ ବାଣ ଫୁଟାଇବାକୁ ଲୋକଙ୍କୁ ଡିସିପି ଅପିଲ କରିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁଜ ବାଣ ବା ଗ୍ରୀନ କ୍ରାକର୍ସକୁ ନେଇ ସବୁଠି ଚର୍ଚ୍ଚା। କଣ ଏହି ଗ୍ରୀନ କ୍ରାକର୍ସ? କେଉଁଠି ମିଳିବ ? ଅନ୍ୟ ବାଣଠାରୁ ଏହା କେମିତି ଭିନ୍ନ? ବଜାରରେ ବାଣ ମିଳୁନଥିବାବେଳେ ଗ୍ରୀନ କ୍ରାକର୍ସକୁ ନେଇ ରାଜଧାନୀବାସୀଙ୍କ ମନରେ ଦ୍ୱନ୍ଦ୍ୱ। ଏଥର ଫିକା ପଡିବ ଦୀପାବଳି। ପୂର୍ବ ପରମ୍ପରା ଅନୁଯାୟୀ କେବଳ ଦୀପ ଜାଳି ଦୀପାବଳି ପାଳିବେ ଲୋକେ। ବାଣ ଫୁଟାଇବାକୁ ଦୁଇ ଘଣ୍ଟା ସମୟ ଦିଆଯାଇଛି ହେଲେ ବାଣ ମାର୍କେଟ ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଲୋକେ।

ଖାଲି ସାଧାରଣ ଲୋକେ ନୁହଁ ଚିନ୍ତାରେ ବ୍ୟବସାୟୀ। ଦିନକ ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନି ଦୋକାନ ଖୋଲିବା ଅସମ୍ଭବ। ରାଜଧାନୀରେ ପ୍ରାୟ ୪୦୦ ରିଟେଲ ବାଣ ବ୍ୟବସାୟୀ ଅଛନ୍ତି। ପ୍ରତିବର୍ଷ ୩ ରୁ ୪ କୋଟି ଟଙ୍କା କେବଳ ଦୀପାବଳି ରେ ବ୍ୟବସାୟ ମଧ୍ୟ କରନ୍ତି। ହେଲେ ଏବର୍ଷ ଦିନକ ଭିତରେ ଲାଇସେନ୍ସ ଆବେଦନ କରି ଦୋକାନ ଦେବା ସମ୍ଭବ ନୁହେଁ ବୋଲି ବ୍ୟବସାୟୀ କହିଛନ୍ତି। ଦୁଇ ବର୍ଷ ହେବ ଆମେ ଅନେକ କ୍ଷତି ସହିଛୁ ବୋଲି ବ୍ୟବସାୟୀ କହିଛନ୍ତି।

Leave a Reply

Your email address will not be published. Required fields are marked *