ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ଦେହାନ୍ତ | ୬୨ ବର୍ଷ ବୟସରେ ସେୟାର ମାର୍କେଟର ବିଗବୁଲ୍ ଭାବେ ଜଣାଶୁଣା ରାକେଶ ଝୁନଝୁନୱାଲାଙ୍କ ମୃତ୍ୟୁ ।

ସେୟାର ବଜାରର ବିଗବୁଲ କୁହାଯାଉଥିବା ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷ ବୟସରେ ପରଲୋକ । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଝୁନଝୁନୱାଲା । ଗତ କିଛି ଦିନ ପୂର୍ବରୁ ହିଁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । କିନ୍ତୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ସକାଳ ୬ଟା ୪୫ ମିନିଟ୍ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଝୁନଝୁନୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରିଛନ୍ତି । ସେହିଭଳି ଦେଶରେ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ରାକେଶଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *