ରୋହିତ ଶର୍ମା ଟି-୨୦ ଦଳର ଅଧିନାୟକ, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଅଧିନାୟକ ଘୋଷିତ

ଭାରତର ଟି-୨୦ ଅଧିନାୟକ ହୋଇଛନ୍ତି ହିଟମ୍ୟାନ ରୋହିତ ଶର୍ମା।  ଆସନ୍ତା ନଭେମ୍ବର ୧୭ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ରୋହିତଙ୍କୁ ବିସିସିଆଇ ଅଧିନାୟକ ପଦ ଦେଇଛି। ସେହିପରି କେଏଲ ରାହୁଲ ଟିମ ଇଣ୍ଡିଆର ଟି-୨୦ ଉପ ଅଧିନାୟକ ହୋଇଛନ୍ତି। ଟି-୨୦ ବିଶ୍ୱକପ ପରେ ଏହା ଭାରତ ଓ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ସିରିଜ୍‌। ଏହି ସିରିଜରେ ଟିମ ଇଣ୍ଡିଆ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବ। ରୋହିତ ଅଧିନାୟକ ହୋଇଥିବା ବେଳେ ତାଙ୍କ ସହ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ଭାବେ ରାହୁଲ ଡ୍ରାଭିଡ୍‌ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରୁ ଦାୟିତ୍ୱ ଗ୍ରହଣ କରିବେ। ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବିଶ୍ୱକପ ପରେ ଶେଷ ହୋଇଛି।

ଆଜି ବିସିସିଆଇ ପକ୍ଷରୁ ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ ପାଇଁ ଦଳ ଘୋଷଣା କରାଯାଇଛି। ନିକଟରେ ଟି-୨୦ ଅଧିନାୟକ ପଦ ଛାଡ଼ିଥିବା ବିରାଟ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ବିଶ୍ରାମ ଦିଆଯାଇଛି। ସେହିପରି ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଋତୁରାଜ ଗାଏକ୍ୱାଡ ଦଳରେ ନୂଆ ମୁହଁ ଭାବେ ସୁଯୋଗ ପାଇଛନ୍ତି। ଯୁବ ତାରକା ଭେଙ୍କଟେଶ ଆୟର, ହର୍ଷଲ ପଟେଲ ଓ ଆଭେଶ ଖାନଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ସୁଯୋଗ ମିଳିଛି।

ବିଶ୍ୱକପ ସ୍କ୍ୱାଡରୁ ହଠାତ୍‌ ବାଦ ପଡ଼ିଥିବା ୟୁଜଭେନ୍ଦର ଚହଲ ଦଳକୁ କମବ୍ୟାକ କରିଛନ୍ତି। ଷ୍ଟାଣ୍ଡବାଇରେ ଥିବା ଶ୍ରେୟର ଆୟର, ଅକ୍ଷର ପଟେଲ ମଧ୍ୟ ମୁଖ୍ୟ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ତ୍ୟା ଓ ମହମ୍ମଦ ଶାମିଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ବିଶ୍ରାମ ଦିଆଯାଇଛି। ପୂର୍ବଭଳି ଦଳରେ ସୂର୍ଯ୍ୟ କୁମାର ଯାଦବଳ ଇଶାନ କିଶନ ଓ ଋଷଭ ପନ୍ତ ନିଜ ସ୍ଥାନ ପକ୍କା କରିଛନ୍ତି। ଭୁବନେଶ୍ୱର କୁମାର ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଖେଳିବେ। କିନ୍ତୁ ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ଚହରକୁ ବସିସିଆଇ ଚୟନ କମିଟି ଟିମ୍‌ରା ସ୍ଥାନ ଦେଇନାହିଁ।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ଈଶାନ କିଶନ, ଭେଙ୍କଟେଶ ଆୟର, ୟୁଜଭେନ୍ଦର ଚହଲ, ରବି ଅଶ୍ୱିନ, ଅକ୍ଷର ପଟେଲ, ଆଭେଶ ଖାନ, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ ଓ ମହମ୍ମଦ ସିରାଜ।

Leave a Reply

Your email address will not be published. Required fields are marked *