କଠିନ ପ୍ରତିଯୋଗିତା ମୂଳକ ପରୀକ୍ଷା ସବୁକୁ ସହଜ କରୁଛି ଇ- ଏଡୁମାଷ୍ଟର

ଭୁବନେଶ୍ୱର : ବର୍ତ୍ତମାନର ବିଜ୍ଞାନ ଯୁଗରେ  ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ କିପରି ଶିକ୍ଷା ସରଳ ଭାବରେ ପହଞ୍ଚିପାରିବ ସେଥିପ୍ରତି ସମସ୍ତେ ଉଦ୍ୟମରତ। ତେବେ ଏହି କ୍ଷେତ୍ରରେ ଆଉ ଟିକେ ପାଦ ଆଗେଇଛନ୍ତି ଜଣେ ଯୁବ ଉଦ୍ୟୋଗୀ। କମ୍ ମୂଲ୍ୟରେ ଓ ମାତ୍ର ଦୁଇ ଜିବି ଇଣ୍ଟରନେଟରେ କିପରି ପ୍ରତି ଗ୍ରାମର ପଞ୍ଚାୟତର ପିଲାମାନେ ଶିକ୍ଷାର ମୌଳିକ ଅଧିକାର ପାଇପାରିବେ ଏବଂ ମୁଖ୍ୟତଃ ଗରିବ ଓ ମେଧାବୀ ବିଦ୍ୟାର୍ଥୀ ମେଡିକାଲ,ଇଂଜିନିୟରିଂ ଓ ପ୍ରବେଶିକା ପରୀକ୍ଷାରେ ସଫଳତାର ସହ କିପରି ଉତୀର୍ଣ୍ଣ ହେବେ ସେଥିଲାଗି ଅଣ୍ଟା ଭିଡିଛନ୍ତି ଶ୍ରୀ ଅର୍ଜୁନ ସଦାଶିବ ମିଶ୍ର।
ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ଏହି ଯୁବଉଦ୍ୟୋଗୀ ଜଣଙ୍କ ବ୍ୟବସାୟ,ସାମ୍ବାଦିକତା ଏବଂ ଶିଳ୍ପ ଉଦ୍ୟୋଗ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ ବର୍ତ୍ତମାନ ଇ – ଶିକ୍ଷାଗୁରୁ (ଇ- ଏଡୁମାଷ୍ଟର) ର ମୁଖ୍ୟ ପରିଚାଳକ ଭାବେ କାର୍ଯ୍ୟରତ ଅଛନ୍ତି। ଯୁବ ଉଦ୍ୟୋଗୀ ଶ୍ରୀ ଅର୍ଜୁନ ବର୍ତ୍ତମାନ ଘରୋଇ ଶିକ୍ଷକ ସଂଘର ସର୍ବ ଭାରତୀୟ ଯୁଗ୍ମ ସମ୍ପାଦକ ଏବଂ “ଯୁବ ସ୍ବାବଲମ୍ବୀ ଓଡ଼ିଶା” ପରିଚାଳକ ରୂପେ କାର୍ଯ୍ୟରତ କେବଳ ସେତିକି ନୁହେଁ କେନ୍ଦ୍ର ସରକାରଙ୍କ ତରଫରୁ “ୱର୍ଲ୍ଡସ୍ ବେଷ୍ଟ ଏଡୁକେଶନ ଟେକ୍ନୋ ଲୋଜି ଲିଡର୍ ” ସମ୍ମାନରେ ସମ୍ମାନୀତ ଏହି ଯୁବ ଉଦ୍ୟୋଗୀ ଜଣଙ୍କ। ପିଲାଙ୍କ ପସନ୍ଦ ଓ ଲକ୍ଷ୍ୟ ଏବଂ ଅଭିଭାକଙ୍କ ପିଲାଙ୍କୁ ନେଇ ରଖିଥିବା ସମସ୍ତ ଆଶାକୁ ଖୁବ୍ ନିଖୁଣ ଭାବେ ବୁଝି ସେମାନଙ୍କୁ ସଠିକ୍ ରାସ୍ତା ଦେଖାଇଥାନ୍ତି ଅର୍ଜୁନ ସଦାଶିବ।

ଇ- ଏଡୁମାଷ୍ଟର ବିଷୟରେ କିଛି –

୨୦୧୬ ମସିହାରେ ଶ୍ରୀ ମିଶ୍ରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ଅନଲାଇନ୍ ଆପ୍ଲିକେସନ ଦେଶର ବଛାବଛା ୫୦ ଶିକ୍ଷକଙ୍କ ସହଯୋଗିତାରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୦,୦୦୦ରୁ ଉର୍ଦ୍ଧ୍ବ ପିଲା ଏହି ଅନଲାଇନ୍ ଆପ୍ଲିେସନରୁ ଇଂରାଜୀ, ହିନ୍ଦୀ ଓ ତାମିଲ ଭାଷା ମାଧ୍ୟମରେ ଭାରତର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାର ଜଟିଳ ପ୍ରଶ୍ନକୁ ସମାଧାନ କରିବାର ଉପାୟ ଓ ପ୍ରାକ୍ ପରୀକ୍ଷାର ପ୍ରସ୍ତୁତିର ଫାଇଦା ନେଉଛନ୍ତି ବିଦ୍ୟାର୍ଥୀମାନେ।

ତେବେ କାହିଁକି ଇ- ଏଡୁମାଷ୍ଟର ?

ପ୍ରତିଷ୍ଠାତା ଶ୍ରୀ ଅର୍ଜୁନ ମିଶ୍ରଙ୍କ ମତରେ “ଇ- ଏଡୁମାଷ୍ଟର ଏକ ଏମିତି ମାଧ୍ୟମ ଯାହାଦ୍ଵାରା ଛାତ୍ରଛାତ୍ରୀ କମ ମୂଲ୍ୟରେ ଗୁଣାତ୍ମକ ଶିକ୍ଷା ପାଇପାରିବେ ତାହା ପୁଣି ବହୁ ଭାଷାରେ। ବିଭିନ୍ନ ପରୀକ୍ଷାର ପ୍ରସ୍ତୁତି ପାଇଁ ୪୦ ଥର ଅଭ୍ୟାସ କରିବାର ସୁଯୋଗ ଓ ପ୍ରଶ୍ନସେଟ୍ ଏବଂ ମାତ୍ର କମ୍ ଇଣ୍ଟରନେଟରେ ସମସ୍ତ ଜଟିଳ ପ୍ରଶ୍ନର ସମାଧାନ କରିବାର ସୁବିଧା ଏହି ସୋସିଆଲ ସାଇଟରେ ମିଳିବ। ଯାହାକି ପିଲାଙ୍କ ପାଇଁ ଶୈଖିକ ବିକାଶ ଦିଗରେ ସହାୟକ ହେବ। କେବଳ ସେତିକି ନୁହେଁ ଥ୍ରୀଡି ଜରିଆରେ ପ୍ରଶ୍ନଉତ୍ତର, ସାଧାରଣ ଜ୍ଞାନର ବିକାଶ ଭଳି ସମସ୍ତ ସୁବିଧା ଏହି ସାଇଟରେ ଉପଲବ୍ଧ ହେବ ବୋଲି ମତ ଦିଅନ୍ତି ଅର୍ଜୁନ ସଦାଶିବ।”

ଇ- ଏଡୁମାଷ୍ଟର ବିଷୟରେ ଅଧିକ ଜାଣିବା ପାଇଁ ଯୋଗାଯୋଗ କରିପାରିବେ : 8917359441

ରିପୋର୍ଟ – ଦେବୀ ପ୍ରସାଦ ରଥ

Leave a Reply

Your email address will not be published. Required fields are marked *