ସେୟାର ମାର୍କେଟ୍‌ରେ ୧୫୪୫ ପଏଣ୍ଟ ହ୍ରାସ ; ବୁଡ଼ିଗଲା ୧୦ ଲକ୍ଷ କୋଟି

ମୁମ୍ୱାଇ : କିଛିଦିନ ଧରି ସେୟାର ମାର୍କେଟ୍‌ ଖରାପ ସ୍ଥିତି ଦେଇ ଗତି କରୁଛି । ସପ୍ତାହର ପ୍ରଥମ ଦିନ ଅର୍ଥାତ ଆଜି ସେୟାର ବଜାରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି । ଯାହାକି ଚଳିତ ବର୍ଷର ସବୁଠାରୁ ବଡ଼ି ହ୍ରାସ । ଆଜି ଉଭୟ ସେନ୍‌ସେକ୍ସ ଏବଂ ନିଫ୍ଟିରେ ପାଖାପାଖି ୨.୫ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ସେନ୍‌ସେକ୍ସ ୧୫୪୫.୬୭ ଅଙ୍କ ଖସି ୫୭,୪୯୧.୫୧ରେ ବନ୍ଦ ରହିଛି । ଅନ୍ୟପଟେ ନିଫ୍ଟି ୪୬୮.୦୫ ଅଙ୍କ ଖସି ୧୭,୧୪୯.୧୦ ପଏଣ୍ଟ୍‌ ତଳକୁ ଚାଲିଆସିଛି । ଏଥିସହିତ ଲଗାତାର ୫ ଦିନ ଧରି ସେୟାର ମାର୍କେଟ୍‌ରେ ହ୍ରାସ ପରିଲିକ୍ଷିତ ହୋଇଛି ।

ନାୟକା, ଜମାଟୋ ଏବଂ ପେଟିଏମ୍‌ ଭଳି କମ୍ପାନୀର ଷ୍ଟକ୍‌ରେ ପ୍ରଭାବ ପଡ଼ିଛି । ଗୁରୁବାର ୨୭୦ ଲକ୍ଷ କୋଟିର ମାର୍କେଟ୍‌ ଆଜି ୨୬୦ ଲକ୍ଷ କୋଟିକୁ ଖସି ଆସିଛି । ଅର୍ଥାତ ମାର୍କେଟ୍‌ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକ । ୨.୦୯ ସମୟରେ ବଜାରରେ ବର୍ଷର ସବୁଠାରୁ ବଡ଼ ହ୍ରାସ ହୋଇଥିଲା । ସେନ୍‌ସେକ୍ସ ୧୭୦୭ ପଏଣ୍ଟ୍‌ ଖସି ୫୭,୩୨୩ ଅଙ୍କକୁ ଚାଲିଆସିଥିଲା । ନିଫ୍ଟିରେ ମଧ୍ୟ ୫୬୪ ଅଙ୍କ ହ୍ରାସ ପାଇ ୧୭,୦୫୨କୁ ବଜାର ଖସି ଆସିଥିଲା ।

ତେବେ ୫ଦିନ ମଧ୍ୟରେ ସେନ୍‌ସେକ୍ସରେ ୩୯୦୦ ଅଙ୍କ ହ୍ରାସ ପାଇଲାଣି । ପୂର୍ବ ସପ୍ତାହରେ ସେନ୍‌ସେକ୍ସ ୨୧୮୫ ପଏଣ୍ଟ୍‌ ହ୍ରାସ ପାଇଥିବା ବେଳେ ନିଫ୍ଟି ୬୩୮.୬୦ ଅଙ୍କ ଖସିଥିଲା । ସେନ୍‌ସେକ୍ସରେ ବଡ଼ ହ୍ରାସ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍‌ ଏବଂ ଇନ୍‌ଫୋସିସ୍‌ର ହୋଇଛି । ଏହି କ୍ଷତିରେ କେବଳ ଆର୍‌ଆଇପିଏଲ୍‌ ୧୭୮ ଅଙ୍କ କ୍ଷତି ହୋଇଛି । ଏଥିସହିତ ଇନ୍‌ଫୋସିସ୍‌ର ୧୨୧, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୧୦୪ ଅଙ୍କ ହ୍ରାସ ହୋଇଛି । ହେଲେ ଆଜି ପ୍ରାୟତଃ ବଡ଼ ବଡ଼ କମ୍ପାନୀର ଷ୍ଟକ୍‌ରେ କ୍ଷତି ହୋଇଛି ।

Leave a Reply

Your email address will not be published. Required fields are marked *