ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ବିଶିଷ୍ଟ ସାମାଜିକ କର୍ମୀ ଡ. ଜଗବନ୍ଧୁ ଷଡ଼ଙ୍ଗୀ

ନୂଆଦିଲ୍ଲୀ : ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶାର ବିଶିଷ୍ଟ ସାମାଜିକ କର୍ମୀ ଡ. ଜଗବନ୍ଧୁ ଷଡ଼ଙ୍ଗୀ | ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସାଧାରଣ ସମ୍ପାଦକ ଏବଂ ପ୍ରାଚୀ ସଂସ୍କୃତି ସମିତିର ସଭାପତି ଲାଏନ୍ସ ଡ଼ ଜଗବନ୍ଧୁ ଷଡ଼ଙ୍ଗୀ ରାଷ୍ଟ୍ରପତି ଭବନରେ ମାନ୍ୟବର ରାଷ୍ଟ୍ରପତି ମହୋଦୟାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି | ଏହି ଅବସରରେ ଡ଼ ଷଡ଼ଙ୍ଗୀ, ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ବାର୍ଷିକ ସ୍ମାରକୀ ”ସଂଘର୍ଷ” ଏବଂ ପ୍ରାଚୀ ସଂସ୍କୃତି ସମିତିର ବାର୍ଷିକ ସ୍ମାରକୀ “ପ୍ରାଚୀ ପ୍ରତିଭା” ରାଷ୍ଟ୍ରପତି ମହୋଦୟାଙ୍କୁ ପ୍ରଦାନ କରିଥିଲେ | ବିଭିନ୍ନ ପ୍ରସଙ୍ଗ ଯଥା, ଦୁର୍ନୀତି ବିରୁଦ୍ଧରେ ସଂଗଠିତ ହୋଇ ନିରବିଛିନ୍ନ ଭାବେ ଲଢେଇ ସହ ପ୍ରାଚୀ ନଦୀ ସଭ୍ୟତା ଏବଂ ଓଡ଼ିଶାର ହସ୍ତଶିଳ୍ପ ଇତ୍ୟାଦି ବିଷୟରେ ସମ୍ୟକ ଆଲୋଚନା ହୋଇଥିଲା |
ଏହି ସାକ୍ଷାତକାର ଅନୁଭୂତି ବିଷୟରେ ଡ଼ ଷଡ଼ଙ୍ଗୀ କୁହନ୍ତି ଯେ, ରାଷ୍ଟ୍ରପତି ମହୋଦୟାଙ୍କୁ ଭେଟି ମୁଁ ବେଶ ଆନନ୍ଦିତ | ମୋର ବ୍ୟକ୍ତିଗତ ଜୀବନୀ ଯେମିତିକି, ବାଙ୍ଗାଲୋର / ଚେକୋସ୍ଲୋଭାକିଆରେ ମୋର ଶିକ୍ଷା, ପରିବାର, ସଂଗଠନ ଦ୍ୱାରା ଦୁର୍ନୀତି ବିରୁଦ୍ଧରେ ଲଢେଇ, ମୋ ଗାଁ କାକଟପୁର ମା ମଙ୍ଗଳାଙ୍କ ମନ୍ଦିର, ହସ୍ତଶିଳ୍ପ ଇତ୍ୟାଦି ବିଷୟରେ ରାଷ୍ଟ୍ରପତି ମହୋଦୟାଙ୍କ ଋଚି ଏବଂ ଅମାୟିକ ବାର୍ତ୍ତାଳାପ ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ |

Leave a Reply

Your email address will not be published. Required fields are marked *