ସମ୍ବାଦପତ୍ର ହକର୍‌ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘେଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଜାଣନ୍ତୁ କଣ ମିଳିବ ସୁବିଧା

ସମ୍ବାଦପତ୍ର ହକର୍‌ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘେଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣାରେ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ସହାୟତା, ପ୍ରାକୃତିକ ମୃତ୍ୟୁ ହେଲେ ମିଳିବ ୧ ଲକ୍ଷ ଟଙ୍କା ।ହକରମାନଙ୍କର ଡାଟାବେସ୍‌ ପ୍ରସ୍ତୁତ କରିବ, ପରିଚୟ ପତ୍ର ଦେବ ସୂଚନା ଓ ଲୋକ ସମ୍ପର୍କ ବିଭାଗ | ଦୁର୍ଘଟଣାରେ ସଂପୂର୍ଣ୍ଣ ଅକ୍ଷମ ହୋଇଥିଲେ ୧.୫ ଲକ୍ଷ ଟଙ୍କା ସହାୟତା, ଦୁଇଟି ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୮୦,୦୦୦ ଟଙ୍କା, ଗୋଟିଏ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୪୦,୦୦୦ ଟଙ୍କା ସହାୟତା ମିଳିବ । ପଞ୍ଜୀକୃତ ଖବରକାଗଜ ହକର୍‌ଙ୍କୁ ୩୦୦୦ ଟଙ୍କା ସହାୟତା ମିଳିବ। କାମ କରିବା ପାଇଁ ୱାର୍କସେଡ୍‌ ବି ଯୋଗାଇ ଦେବେ ରାଜ୍ୟ ସରକାର

Leave a Reply

Your email address will not be published. Required fields are marked *