‘ଆଶାପ୍ରଦୀପ’ ସମ୍ବାଦପତ୍ରର ଭାଷା ଓ ସାହିତ୍ୟର ସୁରକ୍ଷା ପ୍ରସଙ୍ଗରେ ବିଶେଷ ଆଲୋଚନାଚକ୍ର

ଭୁବନେଶ୍ୱର : ସ୍ଥାନୀୟ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ପ୍ରଗତିଶୀଳ ସମ୍ବାଦପତ୍ର ‘ ଆଶାରପ୍ରଦୀପ ‘ ଆନୁକୂଲ୍ୟରେ ” ସାମ୍ପ୍ରତିକ ପରିବେଶରେ ଭାଷା ଓ ସାହିତ୍ୟର ସୁରକ୍ଷା ପ୍ରସଙ୍ଗ ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ତଥା ଉଦଘାଟକ ଭାବରେ ମାନ୍ୟବର ବିଧାୟକ ‘ ସମ୍ବାଦ ‘ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସାରଗର୍ଭକ ମତାମତ ଉପସ୍ଥାପନ କରିଥିଲେ | ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ବର୍ମା, ଅରବିନ୍ଦ ମିତ୍ର ( ବିଶିଷ୍ଟ ଲେଖକ ) ପ୍ରମୁଖ ଯୋଗ ଦେଇଥିଲେ | ସମ୍ପାଦିକା ବ୍ରାହ୍ମୀପ୍ରିୟା ସାମନ୍ତରାୟ’ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅନେକ ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଆଇନଜୀବୀ ପ୍ରଶାନ୍ତ ବର୍ମା, ଅରବିନ୍ଦ ମିତ୍ର, ମଞ୍ଜୁବାଳା ଦାସ, ସଂଘମିତ୍ରା ପଟେଲ, ରେଣୁବାଳା ଦଳାଇ, ଶ୍ୱେତାବର୍ମା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ‘ଆଶାପ୍ରଦୀପ” ର ବିଶେଷ ସଂଖ୍ୟା ଉନ୍ମୋଚିତ ହୋଇଥିଲା | ପରିଶେଷରେ ସଞ୍ଜିବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *