‘ଜେଡ଼୍ ୱାନ୍‌’ ପରିସରରେ ବିଶ୍ୱସ୍ତରୀୟ କ୍ରୀଡ଼ା କମ୍ପେ୍ଲକ୍ସ ‘କ୍ଳବ୍ ଅମ୍ବର’ର ଉଦ୍‌ଘାଟନ କଲେ ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍

ଭୁବନେଶ୍ୱର : ରାଜଧାନୀର ଜଣାଶୁଣା ଆବାସିକ କମ୍ପେ୍ଲକ୍ସ ‘ଜେଡ଼୍ ୱାନ୍‌’ ପରିସରରେ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ କ୍ରୀଡ଼ା ପରିସର ‘କ୍ଳବ ଅମ୍ବର’ ଉଦ୍‌ଘାଟିତ ହୋଇଛି । ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ୨ ଏକର ପରିମିତ ଅଞ୍ଚଳ ଉପରେ ନିର୍ମିତ ‘କ୍ଳବ୍ ଅମ୍ବର’ ହେଉଛି ସବୁଠାରୁ ବଡ଼ ରେସିଡ଼େନ୍ସିଆଲ୍ ଆଉଟ୍‌ଡୋର ଗେମ୍ କମ୍ପେ୍ଲକ୍ସ । ଦେଶର କ୍ରୀଡ଼ା ରାଜଧାନୀ ଓଡ଼ିଶାରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇବା ଏବଂ ବିଳାସପୂର୍ଣ୍ଣ ଜୀବନଯାପନର ଅନୁଭୂତିକୁ ପୁନଃ ନିର୍ଦ୍ଧାରଣ କରିବା ପାଇଁ ‘ଜେଡ଼୍ ୱାନ୍‌’ର ଅତୁଟ ପ୍ରତିବଦ୍ଧତାର ଏକ ବଳିଷ୍ଠ ପ୍ରୟାସ ହେଉଛି ‘କ୍ଳବ୍ ଅମ୍ବର’ । ବିଶ୍ୱସ୍ତରୀୟ କ୍ରୀଡ଼ା ପରିସର ‘କ୍ଳବ୍ ଅମ୍ବର’ ହେଉଛି ‘ଜେଡ଼୍ ୱାନ୍‌’ ଦ୍ୱାରା ଉପଲବ୍‌ଧ କରାଯାଇଥିବା ଆକର୍ଷଣୀୟ ତଥା ଅତ୍ୟାଧୁନିକ ସୁବିଧା ସୁଯୋଗରେ ସଦ୍ୟତମ ସଂଯୋଜନା । ଏଠାରେ ବିଭିନ୍ନ ଇନ୍‌ଡୋର ଗେମ୍‌ସ ବ୍ୟତୀତ ୨ଟି ସିନ୍ଥେଟିକ୍ ଟେନିସ୍ କୋର୍ଟ, ଜଗିଂ ଟ୍ରାକ୍‌, ଇନ୍‌ଡ଼ୋର ଏୟାର କଣ୍ଡିସନ୍ସ ବ୍ୟାଡ଼ମିନ୍ କୋର୍ଟ, ଦୁଇଟି ସୁଇମିଂ ପୁଲ୍‌, କାଲିଷ୍ଟେନିକ୍ସ ପାର୍କ, ଗଲ୍ଫ ପ୍ରାକ୍‌ଟିସ୍ ନେଟ୍‌, ହାଫ୍ ବାସ୍କେଟବଲ୍ କୋର୍ଟ, ଦୁଇଟି କ୍ରିକେଟ୍ ପ୍ରାକ୍ଟିସ୍ ନେଟ୍‌, ସ୍କେଟିଂ ରିଙ୍କ୍‌, ଜିମ୍‌, ଘରୋଇ ମୁଭି ଥିଏଟର ଓ ବାଂକ୍ୱେଟ୍ ଲନ୍ ଆଦି ରହିଛି । ‘କ୍ଳବ ଅମ୍ବର’ର ଉଦ୍‌ଘାଟନୀ ଅବସରରେ ଟେନିସ୍‌ରେ ଅସାଧାରଣ ସଫଳତା ହାସଲ କରିଥିବା ଲିଆଣ୍ଡର ପେସ୍ ‘ଜେଡ଼୍ ୱାନ୍‌’ର ବାସୀନ୍ଦାଙ୍କ ସହ ନିଜର ବହୁମୂଲ୍ୟ ଅନୁଭୂତି ବାିବା ସହ ଏଠାରେ ଉପଲବ୍ଧ ହୋଇଥିବା ବିଶ୍ୱସ୍ତରୀୟ କ୍ରୀଡ଼ା ସୁବିଧା ଲାଗି ଆନନ୍ଦ ପ୍ରକାଶ କରିଥିଲେ । ସେ କହିଥିଲେ ‘କ୍ଳବ୍ ଅମ୍ବରର ଉଦ୍‌ଘାଟନ ଉତ୍ସବରେ ଅଂଶଗ୍ରହଣ କରି ମୁଁ ଖୁବ୍ ଆନନ୍ଦିତ । କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଏବଂ ସୁସ୍ଥ ଜୀବନଶୈଳୀ ଲାଗି ଯତ୍ନବାନ ହେବା ଦିଗରେ ‘ଜେଡ଼୍ ୱାନ୍‌’ର ଦୃଢ ପ୍ରତିବଦ୍ଧତାକୁ ଏହା ସୂଚାଉଛି । ମୁଁ ଆଶା କରୁଛି ଏହି କ୍ରୀଡ଼ା କମ୍ପେ୍ଲକ୍ସ ଭବିଷ୍ୟତର ଚାମ୍ପିୟନମାନଙ୍କର ଏକ ଅନ୍ତୁଡ଼ିଶାଳ ରୂପେ ଆତ୍ମପ୍ରକାଶ କରିବ । ଭୁବନେଶ୍ୱରର ଖ୍ୟାତନାମା ତଥା ସର୍ବବୃହତ୍ ଆବାସିକ କମ୍ପେ୍ଲକ୍ସ ‘ଜେଡ଼୍ ୱାନ’ ଆପାର୍ଟମେ ଜୀବନଧାରାକୁ ଏକ ନୂତନ ସୋପାନରେ ପହାଇଛି । ପର୍ଯ୍ୟାପ୍ତ ସବୁଜ ଖୋଲା ସ୍ଥାନ ସହ ପିଲାଙ୍କ ଖେଳ ପଡ଼ିଆ, ଗେଷ୍ଟ ହାଉସ୍‌, ଡ଼ିପାର୍ଟମୋଲ ଷ୍ଟୋର, ଫର୍ମାସୀ, ସେଲୁନ୍‌, ବେକେରୀ, ଲଣ୍ଡ୍ରି, ମେକାନିକାଲ କାୱାର୍ଶ ଆଦି ସୁବିଧା ଏବଂ ‘କ୍ଳବ୍ ଅମ୍ବର’ ଭଳି ଅତ୍ୟାଧୁନିକ କ୍ରୀଡ଼ା ପରିସର ସହିତ ‘ଜେଡ଼୍ ୱାନ୍‌’ ଏ କ୍ଷେତ୍ରରେ ରହିଥିବା ସମସ୍ତ ଆଶା ଆକାଂକ୍ଷାକୁ ଅତିକ୍ରମ କରିବା ସହ ଭୁବନେଶ୍ୱରରେ ବିଳାସପୂର୍ଣ୍ଣ ଜୀବନଶୈଳୀର ମାନକୁ ପୁନଃନିର୍ଦ୍ଧାରଣ କରିଛି ।

Leave a Reply

Your email address will not be published. Required fields are marked *