ଆଶ୍ରୟର ରାଜ୍ୟସ୍ତରୀୟ ଆଲୋଚନଚକ୍ର : ଭିନ୍ନକ୍ଷମ ନାମରେ ଜାଲ୍ ପ୍ରମାଣପତ୍ର ବନ୍ଦ କରାଗଲେ ପ୍ରକୃତ ଭିନ୍ନକ୍ଷମମାନେ ଉପକୃତ ହେବେ

ଭୁବନେଶ୍ବର : ଦିବ୍ୟାଙ୍ଗ ତଥା ଭିନ୍ନକ୍ଷମ ଓ ଅସହାୟମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଥଇଥାନ ଓ ଅଧିକାର ନିମନ୍ତେ କାର୍ଯ୍ୟରତ ନୟାଗଡ଼ ଜିଲ୍ଲାର ଶରଣକୁଳଠାରେ ଆଶ୍ରୟ ଆନୁକୂଲ୍ୟରେ ଭୁବନେଶ୍ଵରର ଗୀତ ଗୋବିନ୍ଦ ସଦନଠାରେ ଆଶ୍ରୟ ତାର ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ତଥା ରାଜ୍ୟରେ ବାସ୍ତବ ଦିବ୍ୟାଙ୍ଗ ତଥା ଭିନ୍ନକ୍ଷମଙ୍କ ନାମରେ ଚାଲିଥିବା ଜାଲ୍ ପ୍ରମାଣପତ୍ରକୁ ବନ୍ଦ କରିବା ନିମନ୍ତେ ସରକାରୀ ଓ ବେସରକାରୀ ସଂସ୍ଥା, ଜନସାଧାରଣ ଏବଂ ଗଣମାଧ୍ୟମର ଭୂମିକାକୁ ନେଇ ଏକ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଆଶ୍ରୟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଦିବ୍ୟାଙ୍ଗ ସାମାଜିକ କର୍ମୀ ଲୋକନାଥ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆଶ୍ରୟ ସହିତ ସଂଶ୍ଳିଷ୍ଟ ଥିବା ଆଶ୍ରୟର ସଦସ୍ୟ, ପ୍ରତିନିଧି ଏବଂ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ସହ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ନାମରେ ଚାଲିଥିବା ଜାଲ୍ ପ୍ରମାଣପତ୍ରକୁ ବନ୍ଦ କରିବା ନିମନ୍ତେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିବା ସହ ପ୍ରତିବାଦ ଏବଂ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଭିନ୍ନକ୍ଷମଙ୍କ ନାମରେ କିଛି ଚାଲାକ୍ ଗୋଷ୍ଠୀର ବ୍ୟକ୍ତିବିଶେଷ ଜାଲ୍ ପ୍ରମାଣପତ୍ର କରି ସରକାରୀ ସ୍ତରରେ ବାସ୍ତବ ଦିବ୍ୟାଙ୍ଗ ତଥା ଭିନ୍ନକ୍ଷମମାନଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗକୁ ହଡପ କରି ନେଉଛନ୍ତି । ଯାହା ଫଳରେ ପ୍ରକୃତ ଭିନ୍ନକ୍ଷମମାନେ ସରକାରଙ୍କ ତରଫରୁ ବିଭିନ୍ନ କ୍ଷେତ୍ରରେ ଯୋଗାଇ ଦିଆଯାଉଥିବା ସମସ୍ତ ସହାୟତା ତଥା ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ବାସ୍ତବ ଭିନ୍ନକ୍ଷମ ବ୍ୟକ୍ତିଟିଏ ଘରୁ ନବାହାରିପାରି ନିଜର ଶରୀରର ଭିନ୍ନକ୍ଷମତା ହେତୁ ସେ ସରକାରଙ୍କ ଦ୍ବାର ନିକଟକୁ ଯାଇପାରେ ନାହିଁ । ତେଣୁ ସେ ସମସ୍ତ ସୁବିଧାସୁଯୋଗରୁ ବଞ୍ଚିତ ହୁଏ । ଯଦି ଦୁଆରପଇଠ ଯୋଜନା ମାଧ୍ୟମରେ ବାସ୍ତବ ଭିନ୍ନକ୍ଷମାନଙ୍କୁ ସରକାରଙ୍କ କର୍ମଚାରୀମାନଙ୍କ ଦ୍ଵାରା ତଦାରଖ କରାଯାଇ ଦିବ୍ୟାଙ୍ଗମାନଙ୍କ ପାଖରେ ଯୋଗାଇ ଦିଆଯାଏ ତେବେ ପ୍ରକୃତ ଭିନ୍ନକ୍ଷମ ହିତାଧିକାରୀ ଉପକୃତ ହେବେ। ତେଣୁ ସରକାରଙ୍କୁ ଅନୁରୋଧ କରୁ କି ଯେଉଁମାନେ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ଜାଲିଆତି କରି ଏହିଭଳି କାର୍ଯ୍ୟକ୍ରମରେ ନିଜକୁ ସଂଶ୍ଳିଷ୍ଟ କରିଛନ୍ତି ସେମାନଙ୍କୁ ତୁରନ୍ତ କଠୋର ଦଣ୍ଡ ଦିଆଯିବା ଦରକାର । ଏହା ସହ ଏହି ଜାଲିଆତି କର୍ମରେ ଯେଉଁମାନେ ସଂଶ୍ଲିଷ୍ଟ ରହୁଛନ୍ତି ସେମାନଙ୍କୁ ମଧ୍ୟ ଦଣ୍ଡବିଧାନ ଦିଆଗଲେ ଭିନ୍ନକ୍ଷମନାମରେ ଜାଲ୍‌ ସାର୍ଟିଫିକେଟ୍ ବନ୍ଦ କରାଯାଇପାରିବ ବୋଲି ଦିବ୍ୟାଙ୍ଗ ସାମାଜିକ କର୍ମୀ ଲୋକନାଥ ଦାଶ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *