ଫେବୃଆରୀ ୫ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବ ‘ସୁନୋ ଶ୍ରୀରାମ କାହାନୀ’

ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୫ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବ ‘ସୁନୋ ଶ୍ରୀରାମ କାହାନୀ’ । ପ୍ରସିଦ୍ଧ ଟେଲି ସିରିଏଲ୍ ରାମାୟଣର ମୂଖ୍ୟ ଚରିତ୍ର ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଶ୍ରୀରାମ ଭକ୍ତି କାର୍ଯ୍ୟକ୍ରମ ଏକ ନିଆରା ଆକର୍ଷଣ ହେବ । ରାଜଧାନୀର ଉତ୍କଳ ମଣ୍ଡପ ଠାରେ ଅପରାହ୍ନ ଚାରିଟା ବେଳେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏନେଇ ଆଜି ସ୍ଥାନୀୟ ହୋଟେଲ୍ କେଶରୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟୋଜକ ନିଲମ୍ ଟ୍ରଷ୍ଟ ର କର୍ମକର୍ତ୍ତା ମାନେ।

Leave a Reply

Your email address will not be published. Required fields are marked *