୩ଟି ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ ; ୫ ମୃତ

ଅମ୍ବାଲା : ହରିୟାଣାର ଅମ୍ବାଲା-ଦିଲ୍ଲୀ ରାଜପଥରେ ସୋମବାର ସକାଳେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ରାଜପଥ ନିକଟରେ ଥିବା ଏକ ହସ୍ପିଟାଲ ନିକଟରେ ଭୋର ୩ଟା ସମୟରେ କଟ୍ରାରୁ ଦିଲ୍ଲୀ ଆଡକୁ ଯାଉଥିବା ୩ଟି ପର୍ଯ୍ୟଟକ ବସ ମଧ୍ୟରେ ଧକ୍କା ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଉଭୟ ମହିଳା ଓ ପୁରୁଷ ରହିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି।
ଏହି ଦୁର୍ଘଟଣାରେ ୮ ଜଣ ଆହତ ମଧ୍ୟ ହୋଇଛନ୍ତି। ଘଟଣା ବିଷୟରେ ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ କରିଥିଲେ। ଏହାସହ ବହୁ ଚେଷ୍ଟା କରି ବସ ମଧ୍ୟରେ ଫସି ଥିବା ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରିଥିଲେ। ତୁରନ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାସ୍ତାକଡକୁ ଏହି ଦୁର୍ଘଟଣା ଘଟିଥିବାରୁ ଗମନାଗମନ ପ୍ରଭାବିତ ହୋଇନଥିବା ନେଇ ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *