ଖଣ୍ଡଗିରି ସ୍ଥିତ ଶ୍ରୀ ଅଷ୍ଟବକ୍ର ମୁନିଙ୍କ ଆଶ୍ରମରେ ହୋମଯଜ୍ଞରେ ବୀର ଶହୀଦ ମାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର : ଅଗଷ୍ଟ ୧୪ ରୁ ୧୬ ତିନି ଦିନ ଧରି ଖଣ୍ଡଗିରି ସ୍ଥିତ ଶ୍ରୀ ଅଷ୍ଟବକ୍ର ମୁନି ବିଚିତ୍ରାନନ୍ଦ ମହାରାଜଙ୍କ ବିଶ୍ଵଶାନ୍ତି ଯୋଗାଶ୍ରମ ଠାରେ ଧର୍ମଯଜ୍ଞ, ଭଜନ, ପ୍ରବଚନ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ପ୍ରଥମ ଦିନ ଦେଶ ପାଇଁ ସହିଦ୍ ହୋଇଥିବା ବୀର ଯବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ହୋମଯଜ୍ଞ କରାଯିବା ସହ ବିଶ୍ଵଶାନ୍ତି ନିମନ୍ତେ ସାମୁହିକ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା । ଅଗଷ୍ଟ ୧୫ ତାରିଖ ଦିନ ଜାତୀୟ ପତାକା ଉତ୍ତୋଳନ ସହ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା । ଦେଶାତ୍ମବୋଧକ ସଙ୍ଗୀତ ସହ କୁନି କୁନି ପିଲା ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ହେଇଥିବା କାରଗିଲ ବୀର ମାନଙ୍କୁ ଶ୍ରଦ୍ଧାଂଜଳି କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷକ ହୋଇଥିଲା ଯାହା ଉପସ୍ଥିତ ଲୋକମାନଙ୍କୁ ଦେଶାତ୍ମବୋଧକ ଅନୁଭବ ପ୍ରଦାନ କରିଥିଲା । ତିନି ଦିନ ଧରି ଆଶ୍ରମରେ ହୋଇଥିବା ଧାର୍ମିକ କାର୍ଯ୍ୟକ୍ରମରେ ଧର୍ମପରାୟଣ ବ୍ୟକ୍ତି, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଆଶ୍ରମର ମୁଖ୍ୟ ବିଚିତ୍ରାନନ୍ଦ ମହାରାଜଙ୍କ ଦ୍ୱାରା ଧର୍ମ ଆଲୋଚନା ଏକ ଭାବ ଭକ୍ତିର ବାତାବରଣ ସୃଷ୍ଟି କରିବା ସହ ଭକ୍ତ ମାନେ ଆଶୀର୍ବାଦ ପ୍ରାପ୍ତ କରି ନିଜକୁ ଧନ୍ୟ ମନେ କରିଥିଲେ । ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଙ୍କ ସହ ସାଧାରଣ ଲୋକଙ୍କ ପାଇଁ ପ୍ରାସାଦସେବନର ବ୍ୟବସ୍ଥା କରାଯାଇଥିଲା । ବିଶ୍ୱଶାନ୍ତି ଯୋଗାଶ୍ରମ, ସ୍ଥାନୀୟ ସେଚ୍ଛାସେବୀଙ୍କ ସହ ଗୋପବନ୍ଧୁ ସେଚ୍ଛାସେବୀ ସଂଗଠନର ଅଧ୍ୟକ୍ଷ ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *