ହୁମା ଗଳାଶଙ୍ଖ ନିକଟରେ ଅଟୋକୁ ଧକ୍କା ଦେଲା ଟ୍ରକ , ଜଣେ ମୃତ ଓ ଦୁଇ ଗୁରୁତର

ଗଞ୍ଜାମ : ସଡକ ଦୁର୍ଘଟଣାରେ ଜଣେ ମୃତ, ରମ୍ଭା ଥାନା ଅନ୍ତଗତ ହୁମା ଗଳାଶଙ୍ଖ ଠାରେ ଏକ ପରିବା ବୋଝେଇ ଆଟୋର ପଛକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ | ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି | ମୃତକ ହେଲେ ଆଟୋର ପଛପଟେ ବସିଥିବା ଅଲାଡି ଗ୍ରାମର ପରିବା ବ୍ୟବସାୟୀ ସାବିତ୍ରୀ ବେହେରା | ଅନ୍ୟ ଜଣେ ମହିଳା ଶିଶୁଳା ବେହେରା ଓ ଅଟୋ ଚାଳକ ଗଜପତି ବେହେରା ଗୁରୁତର ଆହତ ହୋଇଛନ୍ତି | ଅଗ୍ନିଶମ ବିଭାଗ ଓ ପୁଲିସ ପହଁଚି ଆହତ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠେଇଛି | ଟ୍ରକ ଚାଳକର ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି | ଦୁର୍ଘଟଣାସ୍ଥଳରୁ ଚାଳକ ଫେରାର ରହିଛି |ପୁଲିସ ଘଟଣାର ତଦନ୍ତ ଜାରି ରଖିଛି |ଉଭୟ ଗାଡିକୁ ଜବତ କରଛି |

Leave a Reply

Your email address will not be published. Required fields are marked *