ଅଗଷ୍ଟ ୧୧ରେ ବର୍ଷା ପ୍ରକାଶନୀର ବର୍ଷା ଉତ୍ସବ ଓ ବର୍ଷା ସାହିତ୍ୟ ସମ୍ମାନ-୨୦୨୩

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା, ବର୍ଷା ପବ୍ଲିକେସନ୍ ପକ୍ଷରୁ ପ୍ରଥମ ବର୍ଷା ସମ୍ମାନ- ୨୦୨୩ ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ୧୧ ତାରିଖରେ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ବର୍ଷା ଉତ୍ସବରେ ଏହା ପ୍ରଦାନ କରାଯିବ। ବର୍ଷା ପବ୍ଲିକେସନ୍, ସବୁବେଳେ ଗୁଣାତ୍ମକ ମାନ ଥିବା ବହିର ସମ୍ମାନ କରିବା ସହିତ ଏହାର ପ୍ରକାଶ, ପ୍ରଚାର, ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଲେଖକ/ଲେଖିକାଙ୍କ ଅପେକ୍ଷା ସେମାନଙ୍କ କଳାତ୍ମକ କୃତିକୁ ଅଧ୍ବକ ସମ୍ମାନ ଦେବାରେ ବିଶ୍ବାସ କରେ ବର୍ଷା ପବ୍ଲିକେସନ୍। ସେହି କ୍ରମରେ ଚଳିତ ବର୍ଷର ଯେଉଁ ତିନୋଟି ପୁସ୍ତକକୁ ସମ୍ମାନୀତ କରାଯିବ, ସେଗୁଡ଼ିକ ହେଲା ଯଥାକ୍ରମେ; ‘ ବର୍ଷା କଥା ସମ୍ମାନ’ ପାଇଁ କଥାକାର ପ୍ରଦୀପ୍ତ କୁମାର ମିଶ୍ରଙ୍କ ଗଳ୍ପ ପୁସ୍ତକ ‘ ଛଦ୍ମଘଟ’, ବର୍ଷା କବିତା ସମ୍ମାନ ପାଇଁ କବି ସତ୍ୟବାଦୀ ରାଉତଙ୍କ କବିତା ପୁସ୍ତକ ‘ ମୁଁ ନଥୁବି ଏ ନଈ ଥିବ’ ଏବଂ ବର୍ଷା ଉନ୍ମେଷ ସମ୍ମାନ ପାଇଁ ଯୁବ କବି ତପନ କୁମାର ବାରିକଙ୍କ କବିତା ପୁସ୍ତକ ‘କେଇ ଫର୍ଦ ଜହ୍ନରାତି’କୁ ନିର୍ବାଚିତ କରାଯାଇଛି।

ଆଗାମୀ ଅଗଷ୍ଟ ମାସ ୧୧ ତାରିଖ ଦିନ ଗୀତଗୋବିନ୍ଦ ସଦନରେ ହେବାକୁ ଥିବା ଏକଦିନବ୍ୟାପୀ କାର୍ଯ୍ୟକ୍ରମ ‘ବର୍ଷା ଉତ୍ସବ’ରେ ଏହା ପ୍ରଦାନ କରାଯିବ। ଏଥ୍ ସହିତ ବର୍ଷା ପବ୍ଲିକେସନ୍ ପ୍ରକାଶିତ ଦଶରୁ ଊର୍ଦ୍ଧ୍ବ ପୁସ୍ତକ ଉନ୍ମୋଚନ, ପାରମ୍ପରିକ ସାହିତ୍ୟ ଉପରେ ଏକ ଆଲୋଚନା ଚକ୍ର ଏବଂ ପାରମ୍ପରିକ ସଙ୍ଗୀତ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି। ଏବିଷୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଉକ୍ତ ଉତ୍ସବରେ ସାହିତ୍ୟାନୁରାଗୀ ବ୍ୟକ୍ତିବିଶେଷଙ୍କୁ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ କର୍ମକର୍ତ୍ତା ଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *