ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବିଦ୍ୟୁତ୍‌ ବିଭାଗର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ସମ୍ବଲପୁର : ସମ୍ବଲପୁର ବିଦ୍ୟୁତ୍‌ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ମୁଖ୍ୟ ନିରୀକ୍ଷକ ସୁନିଲ କୁମାର ପଣ୍ଡାଙ୍କ ଘରେ ଆଜି ସକାଳୁ ସକାଳୁ ହେଉଛି ଭିଜିଲାନ୍ସ ଚଢ଼ଉ । ସମ୍ବଲପୁର ଓ ଖୋର୍ଦ୍ଧା ସମେତ ସୁନିଲଙ୍କର ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି ।

ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ୨ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି । ସମ୍ବଲପୁରର ଗ୍ରୀନ ପାର୍କରେ ଥିବା ଫ୍ଲାଟ ନମ୍ବର ୨୦୧ ବାସଭବନ, ତାଙ୍କ ବାପାଙ୍କ ନାମରେ ଥିବା ଫ୍ଲାଟ ନମ୍ବର ୨୦୩ର ପୈତୃକ ଘର, ଭୁବନେଶ୍ୱର ଖଣ୍ଡଗିରିର କସ୍ମୋପଲିସରେ ଥିବା ଫ୍ଲାଟ ନମ୍ବର ୨୨୨ ଏବଂ ସମ୍ବଲପୁର ବୁଢ଼ାରଜାରେ ଥିବା ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ କରାଯାଉଛି ।

ସୂଚନାଯୋଗ୍ୟ, ଇଂଜିନିୟର ଶ୍ରୀ ପଣ୍ଡା ଆସନ୍ତା ଜୁନ ମାସରେ ଅବସର ଗ୍ରହଣ କରିବେ । ହେଲେ ତା’ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

Leave a Reply

Your email address will not be published. Required fields are marked *