ଦୋଳ ଓ ହୋଲି ଉପରେ ଓଡ଼ିଆ ଜାତୀୟ ସମ୍ମିଳନୀର ଆଭାସୀ କାର୍ଯ୍ୟକ୍ରମ

ଦୋଳ ପୁର୍ବ ସନ୍ଧ୍ୟାରେ ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଏକ ଆଭାସୀ ଆଲୋଚନା ଚକ୍ର କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା | ଆଲୋଚନାର ବିଷୟ ବସ୍ତୁ ଥିଲା “ଦୋଳ ଓ ହୋଲିର ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଅର୍ଥନୀତିକ ବିଶେଷତ୍ତ୍ୱ “ଉକ୍ତ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ, ମେଜର, ପ୍ରଫେସର ଡ଼ଃ ଚିନ୍ତାମଣି ଭାରତୀ, ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ବାରିକ, ଓ ଡ଼ଃ ବ୍ରହ୍ମାନନ୍ଦ ବିଶ୍ୱାଳ |ଦୋଳ ଓ ହୋଲିର ପୌରାଣିକ ଓ ଆଧ୍ୟାତ୍ମିକ ବିଷୟରେ ବିଭିନ୍ନ ଶାସ୍ତ୍ରରୁ ଉଦାହରଣ ଦେଇ ପ୍ରଫେସର ଭାରତୀ ତତ୍ତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ |ସେ କାଳିଦାସ, ଭଟ୍ଟୀ, ମାଘ, ଦଣ୍ଡି, ଉପେନ୍ଦ୍ର ଭଞ୍ଜ, ଗଙ୍ଗାଧର ଆଦି କବିଙ୍କ ରଚନାରୁ ବସନ୍ତ ବର୍ଣ୍ଣନା କରିଥିଲେ |ପ୍ରଫେସର ବାରିକ ବାସ୍ତବ ଦୃଷ୍ଟି ଭଙ୍ଗି ନେଇ ଦୋଳ ଓ ହୋଲି ଉପରେ ଆଲୋଚନା କରିଥିଲେ |ସେ କହିଥିଲେ ଦୋଳ ବସନ୍ତଋତୁରେ ଆସେ |ବସନ୍ତ ଯୌବନର ପ୍ରତୀକ ଓ ଏହି ଅବସ୍ଥା ନୂତନ ସୃଷ୍ଟି କରିବାରେ ସକ୍ଷମ |ପୁରୁଣାକୁ ତ୍ୟାଗ କରି ନୂତନ ସମ୍ଭାବନାକୁ ରୂପ ଦେବାରେ ଏହି ଋତୁ ଅମକୁଶିକ୍ଷା ଦିଏ |କମ ସମୟ ପାଇଁ ଏ ଋତୁ ଆମକୁ ଯେଉଁ ସୁଯୋଗ ଦିଏ ତାର ସଦୁପଯୋଗ କରିପାରିଲେ ଆମେ ସଫଳତା ପାଇବା |ଡ଼ଃ ବିଶ୍ୱାଳ ଦୋଳ ଓ ହୋଲି ଉପରେ ପୁରାଣ ଯୁଗରୁ ଆଜିଯାଏଁ କିପରି ପାଳିତ ହୋଇଆସୁଛି ତା ଉପରେ ତାତ୍ତ୍ୱିକ ଆଲୋଚନା କରିଥିଲେ |ଦୋଳ ଓ ହୋଲି ପାଳନର ବିଭିନ୍ନ ପର୍ଯ୍ୟାୟ ଓ ପଦ୍ଧତି, ଦୋଳ ସହିତ ଜଡିତ ପାରମ୍ପରିକ ଶବ୍ଦ ଯେପରି ଦୋଳ ବେଦି, ଦୋଳ ମୁକୁଟ, ଦୋଳଦଣ୍ଡି, ଦୋଳ ପୁନେଇଁ,ଦୋଳ ମେଳଣ, ଦୋଳ ଘଣ୍ଟି, ଦୋଳ ଘଡି ଆଦିର ସୂଚନା ଦେବା ସହ ଏ ପର୍ବ ସହ ଜଡିତ ଭୋଗ ଦ୍ରବ୍ୟ ଯଥା :-ଖୋଡିଆ ଚଣା, ଉଖୁଡା,ଖୁରୁମା,ଶାକର,ଗୁଡ଼ ଶାକର, ଠୁସି, ଫେଣି, ଲଡ଼ୁ, ମୁଆଁ, ଖଜା ଗଜା ଆଦିର ସ୍ୱାଦ ବିଷୟରେ ସୂଚନା ଦେଇଥିଲେ | ଏହାର ସାଂସ୍କୃତିକ ଭିତ୍ତିଭୂମି ଉପରେ ସଂକ୍ଷିପ୍ତ ଅଥଚ ସାରଗର୍ଭକ ଆଲୋଚନା ରଖିଥିଲେ | ପ୍ରଫେସର ଅମିୟ କୁମାର ମହାନ୍ତି ପ୍ରତ୍ୟେକ ପର୍ବର ଆର୍ଥନୀତିକ ଦିଗକୁ ନେଇ ଆଲୋଚନା କରିଥିଲେ |ଦୀପ, ଧୂପ, ଚନ୍ଦନ, ହୋଲି ରଙ୍ଗ, ବିଭିନ୍ନ ପିଠା, ମିଠା ସହିତ ପତ୍ର, ଫୁଲ, ଫଳ ଆଦିର ପର୍ବ ପାଳନ ସହିତ ନିବିଡ଼ ସମ୍ପର୍କ ରହିଛି, ଯାହା ଅର୍ଥନୀତିକୁ ଗତିଶୀଳ କରେ | ଶିକ୍ଷାବିତ ବିଷ୍ଣୁ ଚରଣ ମିଶ୍ର ଯୁବ ପିଢ଼ିଙ୍କୁ ସାଂସ୍କୃତିକ ଐତିହ୍ୟ ସହିତ ପରିଚିତ କରିବାକୁ ମତ ଦେଇଥିଲେ | ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟକ୍ଷ ଭାବେ ଆୟୋଜନ କରି ଆମ ପର୍ବ ପର୍ବାଣୀର ଗୁରୁତ୍ତ୍ୱ ଉପରେ ଆଲୋଚନା କରିବାକୁ ସେ ମଧ୍ୟ ମତ ଦେଇଥିଲେ | କବୟିତ୍ରୀ ଶର୍ମିଷ୍ଠା ପଲେଇ ଦୋଳ ଓ ହୋଲି ଉପରେ ସୁନ୍ଦର କବିତା ଆବୃତ୍ତି କରିଥିଲେ |
କାର୍ଯ୍ୟକ୍ରମ ଆରମ୍ଭ କରି ଅତିଥି ପରିଚୟ ପ୍ରଦାନ କରିଥିଲେ ସାଧାରଣ ସମ୍ପାଦକ ଶ୍ରୀ ନିରାକାର ବେଉରା |ସେ ପର୍ବ ପାଳନର ସାମାଜିକ ଓ ଅର୍ଥନୀତିକ ଦିଗ ଉପରେ ସୂଚନା ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଅର୍ଚ୍ଚନା ମହାନ୍ତି, ମମତା ମହାନ୍ତି, ବୈଷ୍ଣବେଶ ମହାପାତ୍ର, ଵିମଳିନୀ କର, ଶୀର୍ଷମୟ ମହାପାତ୍ର, ସୁଭାଶିଷ ମିଶ୍ର, ପ୍ରଭାସ ଚନ୍ଦ୍ର, ଅନ୍ତର୍ଯ୍ୟାମୀ ମିଶ୍ର, ସୁବାସ ଚନ୍ଦ୍ର ମିଶ୍ର, ସରୋଜିନୀ ପରମଗୁରୁ, ପ୍ରଫୁଲ୍ଲ ମିଶ୍ର ଯୋଗ ଦେଇଥିଲେ | ଉପଦେଷ୍ଟା ପ୍ରଫେସର ମନୋରଞ୍ଜନ ଦାସ voice mail ଦେଇ କାର୍ଯ୍ୟକ୍ରମ ସାମାଜିକ ମୂଲ୍ୟ ବୋଧ ଉପରେ ଜଣେଇଥିଲେ |ଶେଷରେ ସଭାପତି ଶ୍ରୀକାନ୍ତ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ

Leave a Reply

Your email address will not be published. Required fields are marked *