କର୍ଣ୍ଣାଟକରେ ବସ୍‌ ଓଲଟି ୮ ମୃତ, ୨୦ ଆହତ

କର୍ଣ୍ଣାଟକ : ହୋଲି ଅବସରରେ ସମଗ୍ର ଦେଶ ରଙ୍ଗ ଖେଳରେ ମାତି ଥିବା ବେଳେ କର୍ଣ୍ଣାଟକରେ ଏକ ଅଭାବନୀୟ ଘଟଣା ଘଟିଛି। କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାରେ ଏକ ଘରୋଇ ବସ୍‌ ଓଲଟି ୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୦ ଜଣ ଆହତ ହୋଇଛନ୍ତି। ଯାତ୍ରୀମାନଙ୍କୁ ଉଦ୍ଧାର ଉଦ୍ୟମ ଆରମ୍ଭ ହୋଇଛି। ବସ୍‌ଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିବା ଦୃଶ୍ୟମାନ ହେଉଛି । ବସ୍‌ ବସ୍‌ଟି ୱାଇ ଏନ୍ ହୋସାକୋଟେରୁ ବାହାରି ପାଭାଗାଡ଼ା ଅଭିମୁଖେ ଯାଉଥିଲା। କିଛି ଯାତ୍ରୀ ବସ ତଳେ ଚାପି ହୋଇ ଯାଇଥିବା ଜଣାପଡ଼ିଛି। ପୁଲିସ କହିବା ଅନୁଯାୟୀ, ବସ୍‌ଟି ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *