ଆଜି ଦୁଈ ଦିନିଆ ଭାରତଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା

ନୂଆଦିଲ୍ଲୀ: ଆଜି ଦୁଈ ଦିନିଆ ଭାରତଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା। ଏହି ଅବସରରେ ସେ ୧୪ତମ ଭାରତ-ଜାପାନ ବାର୍ଷିଖ ଶିଖର ସମ୍ମଳନୀ’ରେ ଯୋଗ ଦେଈ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ଏହିପରିପ୍ରେକ୍ଷୀରେ ଜାପାନ ପ୍ରଧାନମନ୍ତ୍ରୀ ୪୨ ବିଲିଅନ୍‌ ଡଲାର ନିବେଶ ନେଇ ଘୋଷଣା କରିପାରନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ବିନିଯୋଗ ହେବ। ୧୪ତମ ଭାରତ-ଜାପାନ ବାର୍ଷିଖ ଶିଖର ସମ୍ମଳନୀ’ରେ ଫୁମିଓ ପବ୍ଲିକ-ପ୍ରାଇଭେଟ୍ ଫଣ୍ଡି ଘୋଷଣା କରିପାରନ୍ତି। ନିକେଇ ଏସିଆ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିସହ ପ୍ରାୟ ୩୦୦ ବିଲିନ୍‌ ୟେନ୍‌ର ୬ଋଣକୁ ମଞ୍ଜୁର କରିପାରନ୍ତି। କାର୍ବନ ହ୍ରାସ ପାଇଁ ଶକ୍ତି କ୍ଷେତ୍ରରେ ମିଳିତ ଚିଠାରେ ସେ ଦସ୍ତଖତ କରିପାରନ୍ତି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ୨୦୧୪ରେ ଭାରତରେ ୩.୫ ଟ୍ରିଲିଅନ୍‌ ୟେନ୍ ବିନିଯୋଗ ନେଇ ଘୋଷଣା କରିଥିଲେ। ହେଲେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ୫ ଟ୍ରିଲିନ୍‌ ୟେନ୍‌ ଭାରତ ପାଇଁ ଏକ ଅଦ୍ଭୁତ ବିଷୟ ବୋ କୁହାଯାଉଛି।

ସେହିପରି ବିବିଧ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗିତାର ସମୀକ୍ଷା କରିବା ସହ ତା’ର ସୁଦୃଢ଼ୀକରଣ ନିମନ୍ତେ ଏହି ଶିଖର ବୈଠକ ଉଭୟ ଦେଶକୁ ସୁଯୋଗ ପ୍ରଦାନ କରିବ। ଏହା ବ୍ୟତିତ, ଭାରତ-ପ୍ରଶାନ୍ତ ଅଞ୍ଚଳ ଏବଂ ଏହା ବାହାରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଲାଗି ସେମାନଙ୍କର ସହଭାଗୀତାର ଅଗ୍ରଗତି ନିମନ୍ତେ ଉଭୟ ଦେଶ ପାରସ୍ପରିକ ମତ ବିନିମୟ କରିବା ନେଇ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *