ସମାଜର ମୁକ୍ତ ଆକାଶରେ ନାରୀ ଏକ ବିହଙ୍ଗ ; ସାମାଜିକ କର୍ମୀ ଗୀତାଞ୍ଜଳୀ ପଣ୍ଡା

କଳିଙ୍ଗ ପୁସ୍ତକମେଳା ସମ୍ମାନ 2021 ରେ ସମ୍ମାନିତ ହୋଇଛନ୍ତି ସାମାଜିକଜ କର୍ମୀ ଓ ଲେଖିକା ଗୀତାଞ୍ଜଳୀ ପଣ୍ଡା | ଏହି ଅବସରରେ ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର |

ଜୀବନର ସଂଘର୍ଷର କୋହକୁ ମନରେ ଚାପି ସେ ଆଜି ସାଜିଛନ୍ତି ସମାଜ ପାଇଁ ପ୍ରେରଣାଦାୟିନୀ।ଜୀବନର ଦ୍ଵିତୀୟ ପର୍ଯ୍ୟାୟରେ ସେ ଥକି ନ ଯାଇ ଗଢ଼ିଛନ୍ତି ଏକ ସାମାଜିକ ଅନୁଷ୍ଠାନ, ଯାହାର ନାମ ହେଉଛି “ସାରଥୀ ମହିଳା ଅନୁଷ୍ଠାନ” | ଏହା ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ ମହିଳାମାନଙ୍କୁ ସେ କରିଛନ୍ତି ଆତ୍ମସ୍ୱାବଲମ୍ବୀ।ସମାଜରେ ପୀଡିତ ମହିଳାଙ୍କ ଦୁଃଖକୁ ହୃଦୟଙ୍ଗମ କରି କେବେ ଯେ ସେ ଲେଖନୀ ଧରିଲେ ତାହା କିଏ ଜାଣି ନ ଥିଲେ। ନାରୀର ବେଦନାକୁ କବିତା ସଙ୍କଳନ ଜରିଆରେ ୧୧ଖଣ୍ଡ ପୁସ୍ତକର ରୂପ ଦେଇଥିବା ସେହି ମହିୟସୀ ମହିଳା ହେଉଛନ୍ତି ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା। ପୁରୀ ଜିଲ୍ଲାର ଏକ ରକ୍ଷଣଶୀଳ ବ୍ରାହ୍ମଣ ସେବାୟତ ପରିବାରରେ ଜନ୍ମିତ ସମାଜସେବୀ ଗୀତାଞ୍ଜଳି ସ୍ନାତକ ଶିକ୍ଷା ପରେ ବିବାହ ବନ୍ଧନରେ ବାନ୍ଧି ହୋଇ ମାତୃତ୍ୱ ହାସଲ କରିଲେ।ଗୋଟିଏ ପଟେ କନ୍ୟାରତ୍ନ ମାନଙ୍କ ଲାଳନପାଳନ ଓ ଅନ୍ୟପଟେ ବିୟୁଟିପାର୍ଲର ଓ ଟିୟୁସନ ମାଧ୍ୟମରେ ନିଜକୁ ଆତ୍ମସ୍ୱାବଲମ୍ବୀ କରିବାକୁ ଲାଗିଲେ ଶ୍ରୀମତୀ ପଣ୍ଡା।
କେବେ ଯେ ଜୀବନର ମୋଡ଼ ତାଙ୍କୁ ଆଣି ଛିଡା କରିଦେଲା ସମାଜସେବା କ୍ଷେତ୍ରରେ।ଜାତୀୟ ରେଡକ୍ରସର ଆଜୀବନ ସଭ୍ୟା ଥିବା ଗୀତାଞ୍ଜଳି ଓଡ଼ିଶାର ଅନେକ ଦୈବୀ ଦୁର୍ବିପାକ ତଥା ବନ୍ୟା,ବାତ୍ୟା,ଘରପୋଡି ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜନ କରି ନିଜର ନିଃସ୍ୱାର୍ଥପର ସେବା ପ୍ରଦାନ କରୁଛନ୍ତି।ଏତଦ୍ ବ୍ୟତୀତ ସଂସ୍କୃତି ସମ୍ପର୍ଣ୍ଣ ସହର ପୁରୀରେ ବାରମାସ ସାମାଜିକତା କାର୍ଯ୍ୟକ୍ରମ,ବୃଦ୍ଧାଶ୍ରମରେ କମ୍ବଳ,ଶୁଖିଲା ଖାଦ୍ୟ ବଣ୍ଟନ ଏବଂ ପୁରୀ,ସାକ୍ଷୀଗୋପଳ,ଡେ଼ଲ୍ଟା,ଭୁବନେଶ୍ବର ଆଦି ସ୍ଥାନରେ ସ୍ୱାସ୍ଥ୍ୟ ସଚେତନତା ଭଳି କାର୍ଯ୍ୟକ୍ରମରେ ନିଜକୁ ସର୍ବଦା ବିନିଯୋଗ କରନ୍ତି ଏହି ମହିୟସୀ ମହିଳା ଜଣଙ୍କ।

ଗୀତାଞ୍ଜଳି ପଣ୍ଡାଙ୍କ କିଛି ସାରସ୍ୱତ ଓ ଅନ୍ୟାନ୍ୟ କୃତି ବିଷୟରେ ପଦେ-

ପୁସ୍ତକ-ପଥର ଗାଉଛି ଗୀତ,ଜହ୍ନ ସାଥେ ମନ କଥା,ସାତ ଚକୁଳି ଚଉଦ ସେଂ,ଶିଆଳି ଲତାର ଦୋଳି,ଟିକେ ଛାଇ ଟିକେ ଖରା,ସୋନୁ ପାଇଁ ଲୋରୀ,ପ୍ରୀତିର ପୁରୁଷ ଇତ୍ୟାଦି।

ପୁରସ୍କାର-
ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର,ମାଳତୀ ଚୌଧୁରୀ ସମାଜସେବା ପୁରସ୍କାର,ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ
ସନ୍ଥକବି ରାଷ୍ଟ୍ରୀୟ ପୁରସ୍କାର,ସୁଲେଖା ସାହିତ୍ୟ ସମ୍ମାନ, ଗ୍ଲୋରୀଫେଷ୍ଟ ପୁରସ୍କାର,ରାଷ୍ଟ୍ରୀୟ ହିନ୍ଦୀ ସମ୍ମାନ,ଶ୍ରୀକ୍ଷେତ୍ର ଶ୍ରୀ ପୁରସ୍କାର,ଶ୍ୱେତ ସଂକେତ ପୁରସ୍କାର,ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦ,କୋଣାର୍କ ସାହିତ୍ୟ ସମ୍ମାନ ଇତ୍ୟାଦି ଅନେକ।

ଲେଖିକା ତଥା ସମାଜସେବୀକା ଗୀତାଞ୍ଜଳି ପଣ୍ଡାଙ୍କ ମତରେ “ଈଶ୍ୱରଙ୍କ ସୃଷ୍ଟି ରେ ନାରୀର ସ୍ଥାନ ଅନନ୍ୟ। ନାରୀର ସ୍ଥାନ ପରିବାର ରୂପକ ପଞ୍ଜୁରୀରେ ନୁହେଁ ବରଂ ତାର ସ୍ଥାନ ସମାଜର ମୁକ୍ତ ଆକାଶରେ।”

Leave a Reply

Your email address will not be published. Required fields are marked *