ଦେଶରେ ଆଉ ୮୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ହଜାରେ ତଳକୁ ଖସିଲା କରୋନା ମୃତ୍ୟୁସଂଖ୍ୟା । ଗତକିଛି ଦିନ ପରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୮୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ ଏଯାଏ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫,୦୧,୯୭୯କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ସୁସ୍ଥତା ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୨,୧୩,୨୪୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ୍ କରୋନା ସକ୍ରିୟ ମାମଲା ରହିଛି ୧୨,୨୫,୦୧୧ । ଦୈନିକ ପଜିଟିଭିଟି ହାର କମୁଥିବା ବେଳେ, ଟିକାକରଣକୁ ମଧ୍ୟ ଦେଶରେ ଜୋରଦାର କରାଯାଉଛି । ଦେଶରେ ଏଯାଏ ୧,୬୯,୪୬,୨୬,୬୯୭ ଲୋକଙ୍କ ଟିକାକରଣ ହୋଇଛି ।

Leave a Reply

Your email address will not be published. Required fields are marked *