ନକଲି ଦସ୍ତଖତ ମାମଲାରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ଆପ୍ ସାଂସଦ ରାଘବ ଚଢ଼ା

ଲୋକ ସଭା ପରେ ରାଜ୍ୟ ସଭାର ଆଉ ଜଣେ ସାଂସଦ ନିଲମ୍ୱିତ । ଆପ୍ ସାଂସଦ ରାଘବ ଚଢାଙ୍କୁ ରାଜ୍ୟ ସଭାରୁ ନିଲମ୍ବନ କରାଯାଇଛି । ନକଲି ଦସ୍ତଖତ ମାମଲାରେ ନିଲମ୍ବିତ ହୋଇଛନ୍ତି ଚଢା । ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ସମ୍ପର୍କିତ ଏକ ପ୍ରସ୍ତାବରେ ପାଞ୍ଚଜଣ ସାଂସଦଙ୍କ ଦସ୍ତଖତ ଜାଲିଆତି କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଚାରିଜଣ ରାଜ୍ୟସଭା ସାଂସଦ ଅଭିଯୋଗ କରିଛନ୍ତି ଯେ, ଅଗଷ୍ଟ 7 ରେ ଏକ ପ୍ରସ୍ତାବରେ ବିନା ଅନୁମତିରେ ଚଢା ସେମାନଙ୍କ ନାମ ଅନ୍ତର୍ଭୁକ୍ତ କରିଛନ୍ତି । ବୁଧବାର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସାଂସଦଙ୍କ ଅଭିଯୋଗକୁ ବିଶେଷ ଅଧିକାର କମିଟି ନିକଟକୁ ପଠାଇଛନ୍ତି । ସାଂସଦ ସସ୍ମିତ ପାତ୍ର, ଏସ୍ ଫାଙ୍ଗନନ୍ କନ୍ୟକ, ଏମ ଥାମ୍ବିଦୁରାଇ ଏବଂ ନରହରି ଅମିନ୍ ଅଭିଯୋଗ କରିଛନ୍ତି ଯେ, ଚଢା ସେମାନଙ୍କୁ ନ ପଚାରି ଏକ ପ୍ରସ୍ତାବରେ ସେମାନଙ୍କ ନାମ ଉଲ୍ଲେଖ କରିଛନ୍ତି ।

ସେପଟେ ଭାରତୀୟ ଜନତା ପାର୍ଟି ଚଢାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟ ସଭାରୁ ନିଲମ୍ବନ କରିଥିବା ଆପ୍ ଅଭିଯୋଗ କରିଛି । ଦଳ କହିଛି ଯେ, ରାଘବ ଚଢାଙ୍କ ବିରୋଧରେ ‘ନକଲି ଦସ୍ତଖତ’ ଅଭିଯୋଗ ମିଥ୍ୟା ଏବଂ ଏଥିରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । ବିଜେପି ବିରୋଧରେ କହିଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିବା ବିଜେପି ଅଭିଯୋଗ କରିଛି। ସେପଟେ ଚଢା ମଧ୍ୟ ଅଭିଯୋଗ ହୋଇଥିବା ଜାଲ୍ ଦସ୍ତଖତର ପ୍ରମାଣ ମାଗିଛନ୍ତି । ସୂଚନା ଅନୁସାରେ, ଗତକାଲି ଆଚରଣ ଉଲ୍ଲଙ୍ଘନ ଅଭିଯୋଗରେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକ ସଭାରୁ ନିଲମ୍ୱନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *