ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ; ଦୁଇ ଶ୍ରମିକ ମୃତ

ଖୋର୍ଦ୍ଧା : ଶୋଇଥିବା ବେଳେ ମାଡ଼ିଗଲା ବାଲି ବୋଝେଇ ହାଇୱା। ଆଉ ଚାଲିଗଲା ୨ ଜଣ ଶ୍ରମିକଙ୍କ ଜୀବନ। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ।

ମୃତ ଶ୍ରମିକ ଦ୍ୱୟଙ୍କ ନାଁ ବାଦଲ ଓ କନକ। ସେମାନଙ୍କ ଘର ପଶ୍ଚିମବଙ୍ଗରେ। ଏହି ଘଟଣାରେ ଆହୁରି ୩ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଖୋର୍ଦ୍ଧା ସହରରେ ୧୬ ନମ୍ବର ଜାତୀୟ ରାଜପଥରେ ଫ୍ଲାଏ ଓଭର କାମ ଚାଲିଥିବା ବେଳେ ଏହା ତଳେ ଅସ୍ଥାୟୀ ଟିଣ ଘର ହୋଇଛି। ସେଥିରେ ଶ୍ରମିକ ରହନ୍ତି। ଆଜି ସକାଳେ ଏହି ଟିଣ ଘରେ ଶ୍ରମିକମାନେ ଶୋଇଥିବା ବେଳେ ବାଲି ବୋଝେଇ ହାଇୱାଟିଏ ଭାରସାମ୍ୟ ହରାଇ ତା’ ଉପରେ ଚଢ଼ିଯାଇଥିଲା। ଫଳରେ ଟ୍ରକ୍ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ଦୁଇ ଶ୍ରମିକଙ୍କ ଜୀବନ ଚାଲି ଯାଇଥିଲା।

ଅଗ୍ନିଶମ ବାହିନୀ ଓ ପୁଲିସ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତ ୩ ଶ୍ରମିକଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *