ଅଲ ଓଡିଶା ଗୋପାଳ ସମାଜ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର : ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଲ ଓଡିଶା ଗୋପାଳ ସମାଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି | କ୍ୟାପିଟାଲ ହସ୍ପିଟାଲ ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଅଲ ଓଡିଶା ଗୋପାଳ ସମାଜର କର୍ମକର୍ତ୍ତା, ସଦସ୍ୟ ତଥା ଅନ୍ୟାନ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ | ଅନୁଷ୍ଠାନର ମୁଖ୍ୟ ବିଜୟ କୁମାର ଦାସ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ କରିବାକୁ ଆହ୍ବାନ ଦେଇଥିଲେ | ରକ୍ତଦାନ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଅଧିକରୁ ଅଧିକ ଲୋକମାନଙ୍କୁ ଏଥି ନିମନ୍ତେ ପ୍ରବର୍ତ୍ତାଇବା ଆମ ଅଲ ଓଡିଶା ଗୋପାଳ ସମାଜ ପକ୍ଷରୁ ପ୍ରୟାସ କରାଯାଉଛି | ଆମର ଏହି ଛୋଟ ପ୍ରୟାସ ଅନ୍ୟ କାହାରି ଜୀବନ ବଞ୍ଚାଇବାରେ କାମରେ ଆସିଲେ ଆମ ପରିଶ୍ରମ ସାର୍ଥକ ହେବ ବୋଲି ବିଜୟ ଦାସ କହିଛନ୍ତି | କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର ଠାରେ ଆୟୋଜିତ ଏହି ଶିବିରରେ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା |

ଅନ୍ୟମାନଙ୍କ ମଧ୍ୟରେ ରାଜ୍ଯ ସଂପାଦକ ନାରାୟଣ ଡାଳୁଆ, ରାଜ୍ଯ ଉପ ସଭାପତି ମନୋଜ କୁମାର ଦାସ, ରାଜ୍ଯ ଯୁବ ସଭାପତି ବଲରାମ ବର୍ଗତି, ରାଜ୍ଯ ଯୁବ ସଂପାଦକ ନାରାୟଣ ବେହେରା, ରାଜ୍ଯ ମହିଳା ସଂପାଦିକା ପ୍ରଭାତୀ ବେହେରା, ସଭାନେତୀ ଖୋର୍ଦ୍ଧା ସୂର୍ଣ୍ଣଲତା ବେହେରା, କଟକ ଜିଲ୍ଲାର ଉପ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା, କଟକ ଆଠଗଡ ବ୍ଲକ ସଂପାଦିକା ଶ୍ରଦ୍ଧାଜଂଳି ବେହେରା, ରାଜ୍ଯ ସାଙ୍ଗଠନିକ ସଂପାଦକ ଚିତ୍ତରଞ୍ଜନ କାଂସ, କଟକ ଜିଲ୍ଲାର ସହରାଞ୍ଚଳ ସଂପାଦକ ପିତ୍ତବାସ ଗାୟାଙ୍କ ସମେତ ବହୁ ଶୁଭେଛୁ ଓ ସହଯୋଗୀ ଉପସ୍ଥିତ ରହି ରକ୍ତଦାନ କରିଥିଲେ |

ଗୋପାଳ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରୁଥିବା ଏହି ଅନୁଷ୍ଠାନ ଅତୀତରେ ବହୁ ସାମାଜିକ କାର୍ଯ୍ୟକ୍ରମ କରିଆସିଛି ଏବଂ ଆଗକୁ ମଧ୍ୟ ଏଭଳି ମହତ କାର୍ଯ୍ୟ ଜାରିରଖିବ ବୋଲି କର୍ମକର୍ତ୍ତାମାନେ ମତ ଦେଇଥିଲେ |

Leave a Reply

Your email address will not be published. Required fields are marked *