ଡ୍ରାଇଭର ଆଖି ଲାଗିଯିବାରୁ ଓଲଟିଲା ଟ୍ରକ୍‌ ; ୮ ଶ୍ରମିକଙ୍କ ମୃତ୍ୟୁ

ପାଟନା: ବିହାରର ପୂର୍ଣ୍ଣିୟାଠାରେ ଆଜି ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁହା ପାଇପ୍‌ ବୋଝେଇ ଟ୍ରକ୍‌ ଓଲଟିବାରୁ ତା’ ତଳେ ଦବି ହୋଇ ୮ ଶ୍ରମିକଙ୍କ ଜୀବନ ଯାଇଛି । ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି। ମୃତକ ସମସ୍ତେ ରାଜସ୍ଥାନ ବାସିନ୍ଦା ବୋଲି ଜଣାପଡ଼ିଛି।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଟ୍ରକ୍ ଅଗରତାଲାରୁ ଜାମ୍ମୁ କଶ୍ମୀର ଅଭିମୁଖେ ଯାଉଥିଲା। ଆଜି ସକାଳୁ ସକାଳୁ ଡ୍ରାଇଭର ଶୋଇପଡିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍‌ରେ ଥିବା ଶ୍ରମିକମାନେ ତା’ ତଳେ ପୋତି ହୋଇ ଯାଇଥିଲେ ।

ଖବର ପାଇ ସ୍ଥାନୀୟ ଲୋକେ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ଜେସିବି ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଉଠା ଯାଇଥିବା ବେଳେ ତା’ ତଳୁ ୮ ମୃତଦେହ ଉଦ୍ଧାର ହୋଇଥିଲା। ଏହାବାଦ ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସଦର ଡାକ୍ତରଖାନାକୁ ପଠାଯାଇଛି ।

Leave a Reply

Your email address will not be published. Required fields are marked *