ସି . ଏଫ .ଏ .ଆର ଦ୍ୱାରା ଘରୋଇ ଶ୍ରମିକ ଦିବସ ପାଳନ

ଭୁବନେଶ୍ୱର – ତା .29.06.2022ରିଖ ଦିବା 10ଘ .ଠାରୁ ଅପରାହ୍ନ 4 ଘ . ପର୍ଯ୍ୟନ୍ତ 8 ନମ୍ବର ସ୍ଥିତି ୱାଇ .ଏମ .ସି .ଏ ସଭା ଗୃହରେ ଆନ୍ତର୍ଜାତିକ ଘରୋଇ ଶ୍ରମିକ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି | ଘରୋଇ ଶ୍ରମିକ ମାନଙ୍କ ଅଧିକାର ଏବଂ ହକ କୁ ସୁନିଶ୍ଚିତ କରିବା ଏବଂ ସେମାନଙ୍କର ସେବା ଓ ତ୍ୟାଗ ର ନିର୍ଦଶନ କୁ ସମ୍ମାନ ପ୍ରଦର୍ଶନ କରିବା ଦିଗରେ ସାରା ବିଶ୍ୱ ଜୁନ 16ତାରିଖ କୁ ବିଶ୍ୱ ଘରୋଇ ଶ୍ରମିକ ଦିବସ ରୂପେ ପାଳନ କରିଥିବା ବେଳେ ସି .ଏଫ.ଏ .ଆର ଆଜି ଏହି ଦିବସକୁ ମହା ଆଡସ୍ୱରରେ ପାଳନ କରିଛି | ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମଧ୍ୟ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଏବଂ ଅନ୍ୟାନ୍ୟ ମାହାମାନ୍ୟ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରକ୍ଵଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରାଯାଇଥିଲା | ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଘରୋଇ ଶ୍ରମୀକ ମାନଙ୍କର କର୍ମ କୁ ଭୁୟସୀ ପ୍ରସଂଶା କରିବା ସହିତ ସେମାନଙ୍କର ସାମାଜିକ ସୁରକ୍ଷା ଏବଂ ଆର୍ଥିକ ସ୍ୱଚ୍ଛଳତା ଦିଗରେ ସହଯୋଗ ର ହାତ ବଢ଼ାଇବେ ବୋଲି ମତବ୍ୟକ୍ତ କରିଥିଲେ | ଏହି ପରିପେକ୍ଷୀରେ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ( ଅଧକ୍ଷ -ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ) ଘରୋଇ ଶ୍ରମିକ ଙ୍କର ଶିଶୁ ମାନଙ୍କର ସୁରକ୍ଷା ଏବଂ ଶିକ୍ଷା ଅଧିକାର ଦିଗରେ ରାଜ୍ୟ ସରକାରଙ୍କ ତରଫରୁ ଧ୍ୟାନ ଦେଉଛନ୍ତି ଏବଂ ଆଗାମୀ ଦିଗରେ ଆହୁରି ଅଧିକ ଧ୍ୟାନ ଦେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ | ଶ୍ରୀମତୀ କସ୍ତୁରୀ ମହାପାତ୍ର ( Former Chair Person – OSCPCR and SSEPD , Founder of Open Learning Sytem ) ଘରୋଇ ଶ୍ରମିକ ଙ୍କର ଆତ୍ମା ସଂମାନ ଅକ୍ଷୁର୍ଣ୍ଣ ରଖିବା , ସାମାଜିକ ଅଧିକାର ସୁନିଶ୍ଚିତ କରିବା ଏବଂ ଆର୍ଥିକ ଅନଗ୍ରସରତାର ସ୍ୱେଚ୍ଛାଳତା ଦିଗରେ ଅକୁଣ୍ଠ ସମର୍ଥନ ଦେବାର ପ୍ରତିଶୃତି ଦେଇଥିଲେ | କାର୍ଯ୍ୟକ୍ରମକୁ ଆହୁରି ବଳିଷ୍ଠ ଏବଂ ସରସ ସୁନ୍ଦର କରିବା କୁ ଯାଇ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପରିଡା ( Member oF Odisha Social Security Welfare ବୋର୍ଡ଼), ଶ୍ରୀଯୁକ୍ତ ବୀରେଦ୍ର ପ୍ରସାଦ ଦାସ ( National Vice President and Odisha Stete President of Labour Progressive Federation ) ଘରୋଇ ଶ୍ରମିକ ମାନଙ୍କ ପାଇଁ ହେଉଥିବା କଲ୍ୟାଣ ବାର୍ଡ଼ ର କାର୍ଯ୍ୟ ଖସଡ଼ା ,ବୋର୍ଡ ତରଫରୁ ପୂର୍ବରୁ ଥିବା ଏବଂ ଆଗକୁ ହେବାକୁ ଥିବା ସାମାଜିକ ନିରାପତା ଏବଂ ସ୍ୱାସ୍ଥ୍ୟଗତ ସୁବିଧା ସମ୍ପର୍କରେ ଅତି ଉଚକୋଟିର ଏବଂ ସାରା ଗର୍ଭକ ଆଲୋଚନା ମାନ କରିଥିଲେ | ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରୁ ସହ ଶ୍ରମ ଅଧିକାରୀ ରୂପେ ମିସ ପ୍ରଜ୍ଞା , ମିସ ମୋନାଲିସା ,ମିସ ରଶ୍ମି ଏବଂ ଶ୍ରୀଯୁକ୍ତ ଚନ୍ଦନ ଉପସ୍ଥିତ ରହି ସରକାରଙ୍କର ତରଫରୁ ଘରୋଇ ଶ୍ରମିକ ମାନଙ୍କ ପାଇଁ ଥିବା ସୁବିଧା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ ସାଲିଆ ସାହିରୁ ଆସିଥିବା ଘରୋଇ କର୍ମୀ ଶ୍ରୀମତୀ ଫୁଲମତି ଦିଗଲ ଜଣେ ଆଗଧାଡିର ନେତ୍ରୀ ହିସାବରେ ଘରୋଇ ଶ୍ରମିକ ମାନଙ୍କ ର ଅଭାବ ଅସୁବିଧା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ |

ଶ୍ରୀମତୀ ମମତା ସିଂ (ରାଜ୍ୟ କାର୍ଯ୍ୟ ପରିଚାଳିକା -ସି. ଫାର ) ଘରୋଇ ଶ୍ରମିକ ମାନଙ୍କର ଅଧିକାର ଦିଗରେ ସି. ଏଫ. ଆର ର କାର୍ଯ୍ୟଶୈଳୀ ଏବଂ ବସ୍ତି ସ୍ତରରେ ବସ୍ତି ବାସିନ୍ଦାଙ୍କର ସାମାଜିକ ସୁରକ୍ଷା , ସ୍ୱାସ୍ଥ୍ୟଗତ ସୁବିଧା, ଖାଦ୍ୟ ନିରାପତା, ଜୀବନ ଜିବିକା ଏବଂ ମୌଳିକ ସୁବିଧା ଗୁଡିକୁ ସୁନିଶ୍ଚିତ କରିବା ଦିଗରେ ସଂଗଠନର କର୍ମୀ ମାନଙ୍କ ଦ୍ୱାରା ନିରବଛିର୍ନ କର୍ମ ନିପୁଣତା ଖୁବ ସୁନ୍ଦର ଭାବରେ ପରିପ୍ରକାଶ କରିବା ସହିତ ସମଗ୍ର କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ | ପରିଚାଳନାରେ ସହାୟତା କରିଥିଲେ ଶ୍ରୀମତୀ ଦେବସ୍ମିତା ରାଉତ , ସୁଶ୍ରୀ ଅଭିଲିପ୍ସା ଜେନା , ସୁଶ୍ରୀ ଇପ୍ସିତ ପ୍ରିୟଦର୍ଶନୀ , ଶ୍ରୀମତୀ ମୋନାଲିସା ସାହୁ , ଶ୍ରୀ ସୁକାନ୍ତ କୁମାର ସାହୁ ଏବଂ ଶ୍ରୀ ମନୋଜ କୁମାର ପରିଡା | ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର 19ଟି ୱଡରୁ ପ୍ରାୟ 100 ରୁ ଉର୍ଦ୍ଧ ଘରୋଇ କର୍ମୀ ବା ଘରୋଇ ଶ୍ରମିକ ଉପସ୍ଥିତ ରହି ନିଜ ନିଜର କାର୍ଯ୍ୟ କ୍ଷେତ୍ର ଜନିତ ଅସୁବିଧା, ସ୍ୱାସ୍ଥ୍ୟଗତ ସୁବିଧା ଏବଂ ସାମାଜିକ ନିରାପତା ଯୋଗାଇ ଦେବା ଦିଗରେ ସହଯୋଗ ପାଇଁ ଅତିଥି ମାନଙ୍କୁ ନିଵେଦନ କରିଥଲେ | ପରିଶେଷରେ ସୁଶ୍ରୀ ବିଷ୍ନୁପ୍ରିୟା ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସମାପ୍ତି ଘୋଷଣା କରିଥିଲେ |

Leave a Reply

Your email address will not be published. Required fields are marked *