ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ

ଦେବଗଡ଼ : ବରିଷ୍ଠ ବିଜେପି ନେତା ତଥା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି । ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଆଜି ଦେବଗଡ଼ ଥାନା ପୁଲିସ୍ ଗିରଫ କରିଛି। ଦେବଗଡ଼ ଏସ୍‌ଡିପିଓ ଏହି ସୂଚନା ଦେଇଛନ୍ତି । ଏସ୍‌ଡିପିଓଙ୍କ ସୂଚନା ଅନୁଯାୟୀ, ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଦେବଗଡ଼ ପୁଲିସ୍ ତାଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରୁ ଗିରଫ କରିଛି। ବିଧାୟକଙ୍କ ସହିତ ତାଙ୍କ ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *