ରାଜଧାନୀର ଐତିହ୍ୟସ୍ଥଳିରେ ପରିବେଶ ଓ ଜଳ ସୁରକ୍ଷା ଅଭିଯାନ ଆରମ୍ଭ

ଭୁବନେଶ୍ୱର : ବିଶ୍ୱ ଐତିହ୍ୟ ସପ୍ତାହ ଶେଷ ଦିବସରେ ଏକାମ୍ର କ୍ଷେତ୍ରରେ ଐତିହ୍ୟସ୍ଥଳିରେ ପରିବେଶ ଓ ଜଳ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଶାର ଐତିହ୍ୟ ଅତି ପାଚୀନ । ବିଭିନ୍ନ ଐତିହ୍ୟ ଅଂଚଳ ତଥା ମନ୍ଦିର ନିକଟରେ ରହିଛି ପୁଷ୍କରିଣୀ ଓ କୂପ । ଏହାକୁ ସଂରକ୍ଷଣ ନକଲେ ଏହା ଧିରେ ଧିରେ ଲୋପ ହୋଇଯିବ ଓ ଆଗାମୀ ଦିନରେ ଏହାକୁ ଦେଖିବାକୁ ମିଳିବନାହିଁ । ଏଥି ସହ ଆଗାମୀ ଦିନରେ ଜଳ ସମସ୍ୟା ଦେଖା ଦେବ । ଏଥି ପାଇଁ ମୁରବୀ ମହାମଂଚ ଓ ସାହାଯ୍ୟ ଅନୁଷ୍ଠାନ ପକ୍ଷରୁ ଏହି ଅଭିଯାନ କରାଯାଇ ଲୋକଙ୍କୁ ସଚେତନ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ଐତିହ୍ୟସ୍ଥଳିରେ ପରିବେଶ ଓ ଜଳ ସୁରକ୍ଷା ପାଇଁ ସଚେତନ ଶୋଭାଯାତ୍ରା କରାଯିବା ସହ ଏକାମ୍ର କ୍ଷେତ୍ରର ମୁକ୍ତେଶ୍ୱର ମନ୍ଦିର ସଫେଇ କରାଯିବା ସହ ଏହାର ପୁଷ୍କରିଣୀ ସଫେଇ କରାଯାଇଥିଲା । ଏହା ପରେ ବିନ୍ଦୁସାଗର ସଫେଇ କରାଯାଇଥିଲା । ମହାମଂଚର ଆବାହାକ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମର ସଂଯୋଜକ ସରୋଜ କୁମାର ସାହୁ, ଅଭିଯାନରେ ମୁକ୍ତେଶ୍ୱର କଳାକାର ଟ୍ରଷ୍ଟର ସଭାପତି ବୈକୁଣ୍ଠନାଥ ଭୋଇ, ସମ୍ପାଦକ ହୃଷିକେଶ ବେହେରା, ସୌଦାମିନୀ ସାମଲ, ସୌମ୍ୟରଞ୍ଜନ ଭୋଇ ସମେତ ବହୁ ଯୁବକ, ମହିଳା ସାମିଲ ହୋଇଥିଲେ । ଏହି ଅବସରରେ ସ୍ୱଚ୍ଛ ପରିବେଶ ପାଇଁ ସମର୍ପିତ ବୈକୁଣ୍ଠନାଥ ଭୋଇଙ୍କୁ ସମ୍ମାନୀତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *