ୟୁନିଟ ୨ ସରକାରୀ ବାଳିକା ବିଦ୍ୟାଳୟର ୧୯୮୮ ମସିହା ବ୍ୟାଚର ବନ୍ଧୁ ମିଳନ ଉତ୍ସବ

ଭୁବନେଶ୍ୱର : ୟୁନିଟ ୨ ସରକାରୀ ବାଳିକା ବିଦ୍ୟାଳୟର ୧୯୮୮ ମସିହା ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି | ସ୍ଥାନୀୟ ଇନ୍ଦ୍ରଧନୁ ମାର୍କେଟର ରେନବୋ କେଫେ ଠାରେ ଆୟୋଜିତ ଏକ ଉତ୍ସବରେ ବ୍ୟାଚର ଛାତ୍ରୀ ମାନେ ଉପସ୍ଥିତ ରହି ପୁରୁଣା ସ୍ମୃତି ସବୁକୁ ମନେପକାଇଥିଲେ | ସ୍କୁଲରେ ଥିବା ସେ ସମୟର ଅନେକ ଛାତ୍ରୀ ବର୍ତ୍ତମାନ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ବେଳେ, ଏକାଠି ହେବା ସମୟରେ ସମସ୍ତେ ଭାବବିହ୍ୱୋଳ ହୋଇ ଉଠିଥିଲେ | ସାମାଜିକ ଦାୟିତ୍ୱ ସହ ସାଂସାରିକ କାର୍ତ୍ୟବ୍ୟ ତୁଲାଇବା ସହ ସମୟ ବାହାର କରି ଏମିତି ଏକାଠି ହେବା, ସୁଖ ଦୁଃଖ ବାଣ୍ଟିବା, ପୁରୁଣା ସ୍ମୃତି ସବୁକୁ ମନେ ପକେଇବା ଏକ ଅପୂର୍ବ ଅନୁଭୂତି ପ୍ରଦାନ କରୁଛି ବୋଲି ବହୁ ଛାତ୍ରୀ ମତବ୍ୟକ୍ତ କରିଥିଲେ |

ଶେଷରେ ସମସ୍ତେ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ | ଉତ୍ସବଟିକୁ ତପସ୍ୱିନୀ ପଣ୍ଡା ପରିଚାଳନା କରିଥିବା ବେଳେ ପ୍ରଣତି ସେନାପତି, ସସ୍ମିତା ପୃଷ୍ଟି, ସସ୍ମିତା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *