ରେଲୱେ ଅଧିକାରୀଙ୍କ ଘରେ CBI ରେଡ୍ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଳବାଇର କାର୍ଯ୍ୟରତ ଅଫିସରଙ୍କ ଘରେ ସିବିଆଇ ଚଢ଼ାଉ କରୁଛି। ଭୁବନେଶ୍ୱର ସମେତ ମୋଟ ୪ଟି ସ୍ଥାନରେ ଚଢ଼ାଉ କରୁଛି ସିବିଆଇ। ଭୁବନେଶ୍ୱରର ୨ଟି, କଟକ ଓ ଜଗତସିଂହପୁରର ଗୋଟିଏ ଲେଖାଏ ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇର ୫ଟି ଟିମ । ଏହି ଚଢ଼ାଉ ସମୟରେ ଜରୁରୀକାଳୀନ କାଗଜପତ୍ର, ନଗଦ ଟଙ୍କା, ବ୍ୟାଙ୍କ ଜମା, ପାସପୋର୍ଟ, ସୁନା ଗହଣା, ଗାଡ଼ି, ଜମିଜମା କାଗଜପତ୍ର ଓ ଫ୍ଲାଟର ସନ୍ଧାନ ପାଇଛି ସିବିଆଇ।

ସୂଚନା ଅନୁସାରେ, ରେଳବାଇର ଅବସରପ୍ରାପ୍ତ ଆଇଆରଟିଏସ୍ କର୍ମଚାରୀ ପ୍ରମୋଦ ଜେନାଙ୍କ ଘରେ ସିବିଆଇ ରେଡ କରିଛି। ସେ ଇଷ୍ଟକୋଷ୍ଟ ରେଲୱେର ପୂର୍ବତନ ପ୍ରିନ୍ସପାଲ୍ ଚିଫ ଅପରେସନ ମ୍ୟାନେଜର ଥିଲେ। ୧ କୋଟି ୯୨ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଚଢ଼ାଉ କରିଛି। ଆୟ ଅନୁସାରେ ଗତ ୧୫ବର୍ଷ ମଧ୍ୟରେ ପ୍ରମୋଦ ଜେନା ଓ଼ ତାଙ୍କ ପରିବାର ଲୋକଙ୍କ ସମ୍ପତ୍ତି ୩କୋଟି ୨୫ ଲକ୍ଷ ଟଙ୍କା ହେବା କଥା। ମାତ୍ର ଏହି ସମୟ ମଧ୍ୟରେ ସେ ଖର୍ଚ୍ଚ କରିଛନ୍ତି ୮୮ ଲକ୍ଷ ୫୮ ହଜାର ଟଙ୍କା । ସେହିପରି ତାଙ୍କର ୨କୋଟି ୩୬ ଲକ୍ଷ ଟଙ୍କା ସଂଚୟ ରହିବା କଥା କିନ୍ତୁ ସ୍ଥାବର ଅସ୍ଥାବର ସମ୍ପତ୍ତି ମୂଲ୍ୟ ୪କୋଟି ୨୮ ଲକ୍ଷ ଟଙ୍କା ଟପି ଯାଇଛି। ଶ୍ରୀ ଜେନାଙ୍କର ଆୟ ତୁଳନାରେ ୫୯ ପ୍ରତିଶତରୁ ଅଧିକ ସଂପତ୍ତି ରହିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *