ଗ୍ରାହକଙ୍କୁ ସ୍ଵାଭାବିକ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ଦେବା ଆମର ମୁଖ୍ୟ ଦାୟିତ୍ଵ – ପୁଷ୍ପାଞ୍ଜଳି ଦାଶ

ଟିକେ ଚିନ୍ତା କରନ୍ତୁ ତ ଆପଣଙ୍କୁ ଯଦି କମ୍ ମୂଲ୍ୟରେ ଗୁଣାତ୍ମକ ଜିନିଷ ସହିତ ଉତ୍ତମ ପରିବହନ ସେବା ଦ୍ଵାରା ଜିନିଷ ହାତ ପାହନ୍ତାରେ ମିଳିବ ତେବେ ଆପଣ କଣ ତାକୁ ହାତଛଡ଼ା କରିବେ? ଲୁହାରେ ନିର୍ମିତ ଘରର ଝରକା କବାଟ,ଗେଟ୍,ବିଭିନ୍ନ ଯାନ୍ତ୍ରିକ ମେସିନ୍ ହେଉ ଅବା ୫୦୦୦ -୧୦,୦୦୦ ମୂଲ୍ୟରେ କମ୍ପାନୀ ଦ୍ଵାରା ନିର୍ମିତ ଶୀତତାପ ଯନ୍ତ୍ର (ଏସି)। ଯାହାକୁ ସ୍ଵାଭାବିକ ମୂଲ୍ୟ ଏବଂ ଗୁଣାତ୍ମକ ମାନ ଦେଇ ଭାରତମାତା ଫାବ୍ରିକେଶନ ମାଧ୍ୟମରେ ନିଜର ଉଦ୍ୟୋଗ ଦ୍ଵାରା ଆରମ୍ଭ କରିଛନ୍ତି ପୁଷ୍ପାଞ୍ଜଳି ଦାଶ । ନୟାଗଡ଼ ଜିଲ୍ଲାରେ ଜନ୍ମିତା ପୁଷ୍ପାଞ୍ଜଳି ଇଂରାଜୀ ଭାଷାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ବର୍ତ୍ତମାନ ନିଜର ଶିକ୍ଷାନୁଷ୍ଠାନ ଭାରତମାତା ଆଇଟିଆଇ ସହିତ ସହବନ୍ଧିତ ଥିବା ଭାରତମାତା ଫାବ୍ରିକେଶନ କମ୍ପାନୀର ଭାର ତୁଲାଉଛନ୍ତି ।

ଭାରତମାତା ଫାବ୍ରିକେଶନ ବିଷୟରେ କିଛି-

ମହାମାରୀ ସମୟ ତଥା ୨୦୨୧ ରେ ଆଦିବାସୀ ପିଲାଙ୍କୁ ଏହି ଶିଳ୍ପ ବିଷୟରେ ବ୍ୟାପକ ତଥା ଉନ୍ନତ ଶିକ୍ଷା ଦେବା ପାଇଁଏକ ସ୍ବତନ୍ତ୍ର ୟୁନିଟ୍ ସହ ଆଇଟିଆଇ ପରିସରରେ ଆରମ୍ଭ ହୋଇଥିବା ଏହି ଉଦ୍ୟୋଗ ବର୍ତ୍ତମାନ ବାଲିପାଟଣାରେ ଅବସ୍ଥିତ ଅଟେ। ଯାହା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଆସ୍ଥା ଭାଜନ ହୋଇଥିବା ସହ କର୍ମ ନିୟୋଜନ ସୃଷ୍ଟି ମଧ୍ୟ କରୁଛି। ମୋଟ ୧୦ ଗୋଟି ପରିବାର ଏହି ଶିଳ୍ପ ଉପରେ ନିର୍ଭରଶୀଳ। କେବଳ ଶିଳ୍ପ ନୁହେଁ ବରଂ ଆଇଟିଆଇ ପିଲାମାନଙ୍କୁ ପ୍ରାୟୋଗିକ/ପ୍ରାକ୍ଟିକାଲ ଜ୍ଞାନ ଦେବାରେ ମୁଖ୍ୟ କାର୍ଯ୍ୟ କରୁଛି ଭାରତମାତା ଫାବ୍ରିକେଶନ।

ଏଠାରେ କାର୍ଯ୍ୟରତ ଲୋକଙ୍କ ପ୍ରତି ବେଶ୍ ସଚେତନ ମହିଳା ଉଦ୍ୟୋଗୀ ପୁଷ୍ପାଞ୍ଜଳି। ସେମାନଙ୍କ ଶାରୀରିକ ସୁରକ୍ଷା ପାଇଁ ମାସ୍କ,ଗ୍ଲୋବସ୍ ଆଦି ବାଧ୍ୟତାମୂଳକ ହୋଇଥିବା ବେଳେ ଆଗାମୀ ଦିନରେ କୃଷି କ୍ଷେତ୍ରରେ ବ୍ୟବହୃତ ପାଇପ୍ ଲାଇନ୍ ମେସିନ୍ ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି ଉଦ୍ୟୋଗୀ ତଥା ପ୍ରତିଷ୍ଠାତା ଶ୍ରୀମତୀ ଦାଶ।

Leave a Reply

Your email address will not be published. Required fields are marked *