ବଲିଓଡ ତାରକା ଜାହ୍ନବୀ କାପୁରଙ୍କ ଦ୍ଵାରା କଲ୍ୟାଣ ଜୁଏଲର୍ସର ନୂଆ ସୋ’ ରୁମ ଉଦଘାଟିତ

ଭୁବନେଶ୍ଵର : କଲ୍ୟାଣ ଜୁଏଲାର୍ସ ପକ୍ଷରୁରାଜଧାନୀର କେନ୍ଦ୍ରସ୍ଥଳ ମାଷ୍ଟର କ୍ୟାଣ୍ଟିନ ନିକଟରେ ନୂଆ ସୋ’ ରୁମ ଉଦଘାଟିତ ହୋଇଯାଇଛି | କଲ୍ୟାଣୀ ଜୁଏଲାର୍ସର ସିଇଓ ଶ୍ରୀ ସଞ୍ଜୟ ରଘୁରମଣଙ୍କ ଉପସ୍ଥିତିରେ ବଲିଉଡ଼ ତାରକା ଜାହ୍ନବୀ କାପୁର ସୋରୋମ୍କୁ ଉଦଘାଟନ କରିଛନ୍ତି | ଏହି ଅବସରରେ ଜାହ୍ନବୀ କହିଛନ୍ତି ଭୁବନେଶ୍ବରରେ ନୂଆ ସୋ’ ରୁମ ର ଶୁଭାରମ୍ଭରେ ଅଂଶ ଗ୍ରହଣ କରିଥିବାରୁ ମୁଁ ଅତ୍ୟନ୍ତ ଉଲ୍ଲସିତ | ଆରମ୍ଭରେ ଜୟ ଜଗନ୍ନାଥ କହିବା ସହ ମୁଁ ଓଡ଼ିଶାକୁ ଆସି ବେଶ୍ ଗର୍ବିତ ବୋଲି ଜାହ୍ନବୀ ଉଦଘାଟନ ସମାରୋହରେ କହିଛନ୍ତି | ଭାରତରେ ଗହଣା ଶିଳ୍ପର ନିରନ୍ତର ଭାବରେ ବିପ୍ଳବ ଆଣୁଥିବା ଏକ ବ୍ରାଣ୍ଡ କଲ୍ୟାଣ ଜୁଏଲାର୍ସ ପ୍ରତିନିଧି ହୋଇ ଏଠାରେ ଉପସ୍ଥିତ ରହିବାରେ ମୁଁ ଅତ୍ୟନ୍ତ ଖୁସିଅଛି | ଏହି ବ୍ରାଣ୍ଡ ମୋତେ ବେଶ୍ ଗର୍ବିତ କରିଛି ଏବଂ ଏହି ବ୍ରାଣ୍ଡର ଆକର୍ଷଣୀୟ ଗହଣାର ଚମତ୍କାରିତା ଓ ତାହାର ସୂକ୍ଷ୍ମ କାରିଗରୀ ଏହାର ସୋନ୍ଦର୍ଯ୍ୟରେ ଅନ୍ତର୍ନିହିତ ରହିଛି ଯାହା ଭାରତ ବିବିଧ ସଂସ୍କୃତିକୁ ପ୍ରତିପାଦନ କରୁଛି | ଭୁବନେଶ୍ୱର ସମେତ ସାରା ଓଡ଼ିଶାର ଗ୍ରାହକ ମାନଙ୍କୁ ଶ୍ରେଷ୍ଠମାନର ଜୁଏଲର୍ସ ସପିଙ୍ଗ ଅନୁଭୁତି ପ୍ରଦାନ କରିବା ପାଇଁ ବ୍ରାଣ୍ଡର ରହିଥିବା ଅତୁଟ ବିଶ୍ୱାସ ସହ ଏହି ଆକର୍ଷଣୀୟ ସୋ’ ରୁମ ଦଣ୍ଡାୟ ମାନ ହୋଇଛି | ମୋର ବିଶ୍ବାସ ରହିଛି ଯେ କଲ୍ୟାଣ ଜୁଏଲାର୍ସ ଆଗାମୀ ଦିନରେ ଏକ ବିରାଟ ବିଶ୍ୱସନୀୟ ବ୍ରାଣ୍ଡ ହୋଇ ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ହାସଲ କରିବ |

Leave a Reply

Your email address will not be published. Required fields are marked *