ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ମଧୁଜୟନ୍ତୀ ପାଳନ

ଭୁବନେଶ୍ୱର, ଚକେଇସିହାଣୀ ଲକ୍ଷ୍ମୀନାରାୟଣ ମନ୍ଦିରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 174ତମ ଜନ୍ମଦିନ 28/04/2022ତାରିଖ ସନ୍ଧ୍ୟାରେ ପାଳିତ ହୋଇ ଥିଲା |ଏଥିରେ ସମ୍ମିଳନୀର କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ଦାଶ ସଭାପତିତ୍ବ କରିଥିଲେ ଓ ସାଧାରଣ ସମ୍ପାଦକ ନିରାକାର ବେଉରା ସଂଯୋଜନା କରିଥିଲେ | ଆରମ୍ଭରେ ସମାଜସେବି ଓ କଣ୍ଠ ଶିଳ୍ପୀ ତନୁଜା ରଥ ଭଜନ ଓ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ |ବକ୍ତା ଡ଼ଃ ଦେବେନ୍ଦ୍ର କୁମାର ବିଶ୍ୱାଳ ଓଡିଶାର ଶିଳ୍ପାୟନ ଓ ସମବାୟ କ୍ଷେତ୍ରରେ ମଧୁବାବୁଙ୍କ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ |ଅନ୍ୟତମ ବକ୍ତା ଡ଼ଃ ରମେଶ ଚନ୍ଦ୍ର ବେହେରା ଓଡିଶା ଏକତ୍ରୀକରଣ ଓ ସୁଦୃଢୀକରଣରେ ମଧୁବାବୁଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ |ମଧୁ ବାବୁଙ୍କ ଚରିତ୍ରର ବିଭିନ୍ନ ଦିଗକୁ ନେଇ ପ୍ରଫେସର ମନୋରଞ୍ଜନ ଦାସ, ପ୍ରଫେସର ଅମିୟ ମହାନ୍ତି, ପ୍ରଫେସର ପ୍ରଦୀପ୍ତ କୁମାର ବାରିକ, ଶ୍ରୀ ଚକ୍ରଧର ତ୍ରିପାଠୀ, ଜ୍ଞାନ ରଞ୍ଜନ ଦାଶ, ଭୁବନେଶ୍ୱର ଓକିଲ ସଙ୍ଘ ଉପସଭାପତି ଶ୍ରୀ ଅଭିମନ୍ୟୁ ସ୍ୱାଇଁ,ଅଧ୍ୟାପକ ଗୋପାଳ କୃଷ୍ଣ ଆଚାର୍ଯ୍ୟ, ପ୍ରଫେସର ଡ଼ଃ ହରି କାନୁନଗୋ ବକ୍ତବ୍ୟ ରଖିଥିଲେ |
ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରାୟୋଜିତ ଓ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବିଶ୍ୱ ଆୟୁଷ ସମ୍ମିଳନୀରେ ଭାଗ ନେଇଥିବା ଏକମାତ୍ର ଓଡ଼ିଆ ଶ୍ରୀ ଜ୍ଞାନ ରଞ୍ଜନ ଦାଶ ଓ ଓଡ଼ିଆ ଜାତୀୟ ସମ୍ମିଳନୀରେ ପ୍ରଥମକରି ଯୋଗଦେଇଥିବା ପ୍ରଫେସର ଡ଼ଃ ଲମ୍ବୋଦର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |
କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବା ମଧୁପ୍ରେମୀ ମାନେ ହେଲେ ଦାଶରଥି ରାଉତ, ଅଧ୍ୟାପିକା ଡ଼ଃ ଅର୍ଚ୍ଚନା ମହାପାତ୍ର, ନୀଳିମା ମଞ୍ଜରୀ ସ୍ୱାଇଁ, ରାଜଶ୍ରୀ ତ୍ରିପାଠୀ, ଶରତ କୁମାର ଜେନା, ରତିକାନ୍ତ ପଣ୍ଡା, ରାମଚନ୍ଦ୍ର ପାଢ଼ୀ,ଗୌରହରି ନାୟକ, ଘନଶ୍ୟାମ ରାଉତ, କୈବଲ୍ୟ ପତି, କପିଳେନ୍ଦ୍ର ଦାଶ, ସଂସ୍କୃତି ଗବେଷକ ପର୍ଶୁରାମ ପତି, କଳ୍ପନା ରାଉତ ସୁକାନ୍ତ କୁମାର ତ୍ରିପାଠୀ ପ୍ରମୁଖ |
ଉକ୍ତ ସଭାରେ ଓଡ଼ିଆ ଜାତୀୟ ସମ୍ମିଳନୀ ଆନୁକୂଲ୍ୟରେ “ଓଡ଼ିଆ ମହାମିଳନ ସମାରୋହ “ଆଗାମୀ ଜୁନ ମାସରେ (ପରିସ୍ଥିତି ଅନୁକୂଳ ଥିଲେ )ଆୟୋଜନ ପାଇଁ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା
ପ୍ରଭୁ ଶ୍ରୀଶ୍ରୀକକ୍ଷ୍ମୀନାରାୟଣଙ୍କ ଆଶୀର୍ବାଦରୁ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମୟ ଅନୁସାରେ ସମ୍ପର୍ଣ୍ଣ ହୋଇଥିଲା |ଶେଷରେ ମନ୍ଦିର ପରିଚାଳନା ସଭା ପକ୍ଷରୁ ଶିକ୍ଷାବିତ ଚକ୍ରଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କଲାପରେ ସଭା ସାଙ୍ଗ କରାଯାଇଥିଲା |ଶେଷରେସମସ୍ତଙ୍କୁ ମନ୍ଦିର ତରଫରୁ ପ୍ରସାଦ ଅର୍ପଣ କରାଯାଇଥିଲା |

Leave a Reply

Your email address will not be published. Required fields are marked *