ଦୁର୍ନୀତି ବିରୋଧୀ ସାମୁଖ୍ୟ ଆରମ୍ଭ କଲା ମିଶନ ଓଡିଶା @ 2036

ଭୁବନେଶ୍ୱର : 1936 ମସିହାରେ ଭାଷା ଭିତିକ ରାଜ୍ୟ ଭାବେ ଓଡିଶା ଗଠନ ପାଇଁ ନିଜକୁ ଉତ୍ସାର୍ଗୀକୃତ କରି ଥିବା ମହାମନୀଷୀ ମାନେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ବାସ୍ତବିକ କେତେ ପୂରଣ ହୋଇଛି ତାହା ଆମକୁ ବେଶ ଜଣା l ସମସ୍ତ ସମ୍ପଦର ପ୍ରଚୁର୍ଯ୍ୟରେ ପରିପୂର୍ଣ ଏହି ରତ୍ନଗର୍ଭା ଓଡିଶା l ହେଲେ ଆଜିବି ଆମେ ଦେଶରେ ଗରିବତମ ରାଜ୍ୟ ଭାବରେ ଗଣା ହଉଛେ l ତାହା ପୂରଣ ନହେବାର ମୁଖ୍ୟ କାରଣ ହେଲା ଦୁର୍ନୀତି ଓ ଭ୍ରଷ୍ଟାଚାର l ଉନ୍ନତି ପାଇଁ ଯେତିକି ବ୍ୟୟ ବରାଦ ହେଉଛି ତାର ସିଂହ ଭାଗ ବାଟମାରଣା ହୋଇ ଯାଉଛି l ଏହି ସମସ୍ୟାର ମୂଳପ୍ତାଟନ ପାଇଁ ତଥା ଦୁର୍ନୀତି ମୁକ୍ତ ଓଡିଶା ଗଠନ ଉଦ୍ୟେଶରେ ମିଶନଓଡିଶା@2036 ପକ୍ଷରୁ ଆଜି ଦୁର୍ନୀତି ବିରୋଧୀ ସାମୁଖ୍ୟ ଗଠନ ସହିତ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆବାହକ ବାସୁଦେବ ଭଟ୍ଟଙ୍କ ସଂଚlଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନୋଜ ଜେନା କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ କହିଥିଲେ l ପ୍ରସନ୍ନ ବିଷୋୟୀ ସ୍ୱାଗତ ଭାଷଣ ଦେଇଥିଲେ l ନିରଦ ବରଣ ଖୁଣ୍ଟିଆ, ପରମେଶ୍ୱର ଦାସ, ଭୁମୋହନ ପଟ୍ଟନାୟକ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ l ଏକ 23 ଜଣିଆ କୋର କମିଟି ଗଠନ କରାଯାଇଥିଲା l ଏହି କୋର କମିଟି ସବୁ ସରକାରୀ ଅଫିସ ଓ ଦୁର୍ନୀତି ହେଉଥିବା ସରକାରୀ ଦପ୍ତରରୁ କିପରି ଦୁର୍ନୀତି ହଟିବ ତାର ଏକ ବ୍ଲୁ ପ୍ରିଣ୍ଟ ଦେବେ l ଶିକ୍ଷା ବିଭାଗ, ପୂର୍ତ୍ତ ବିଭାଗ, ଜଳସେଚନ ବିଭାଗ, ଗ୍ରାମ ଉର୍ଣ୍ଣୟନ ବିଭାଗ, ସହରାଞ୍ଚଳ ବିଭାଗ, ପଞ୍ଚାୟତି ରାଜ ବିଭାଗ, ସ୍ୱାସ୍ଥ୍ୟ ବିଭାଗରୁ ପିସି ବନ୍ଦ କରିବା ପାଇଁ ସମ୍ପୂର୍ଣ୍ଣ ଏକ ଟିମ ଗଠନ ହେବ l ଏହା ପ୍ରତି ଜିଲ୍ଲା, ବ୍ଲକ ଓ ସବୁ ପଂଚାୟତ ପଯ୍ୟନ୍ତ ବ୍ୟାପକ ହେବାର କାଯ୍ୟକ୍ରମ ରହିଛି l ଏଥିପାଇଁ ଏହିସବୁ ଅଫିସରେ ଘେରାଓ, ଅନଶନ, ସହ ବିଭାଗ ଅନୁଯାଇ ଏକ ଦୁର୍ନୀତି ଗ୍ରସ୍ତ ଅଫିସର ଲିଷ୍ଟ ଖବରକାଗଜ ଓ ସାମାଜିକ ଗଣମାଧ୍ୟମ ରେ ପ୍ରକାଶ କରାଯିବ l ଟିମ ଏସିଏଫ ବା ଦୁର୍ନୀତି ବିରୋଧୀ ସାମୁଖ୍ୟ ସବୁ ତାଲିକା ଲୋକଯୁକ୍ତ ଓ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ କୁ ହସ୍ତାନ୍ତର କରିବ l ଆଗାମୀ ଦିନରେ ସବୁ ସହରାଞ୍ଚଳରେ 100 ରୁ ଉର୍ଦ୍ଧ ଟିମ ଏସିଏଫ ମାନଙ୍କୁ ମାର୍ଶାଲ ଅର୍ଥ, ଜୁଡୋ, ଟାଇକୁଣ୍ଡ ଶିକ୍ଷା ଦିଆଯିବ l ଯେଉଁମାନେ ଦୁର୍ନୀତି ଧରେଇବେ, ତାଲିକା ଦେବେ ସେମାନଙ୍କୁ ସରକାର ବ୍ୟବସ୍ଥା ଅନୁସାରେ ପୁରସ୍କାର ଓ ଆର୍ଥିକ ସହଯୋଗ ଦେବାପାଇଁ ଆହ୍ୱାନ ଦିଆଯାଇଥିଲା l ଏହି ଟିମ ସମ୍ପୂର୍ଣ୍ଣ ଭାବେ ସ୍ୱାଧୀନ ଭାବେ କାମ କରିବାକୁ ଶପଥ ପାଠ କରିଥିଲେ l

କୋର କମିତିରେ ସୁବ୍ରତ ସାହୁ, ଅନୁକୂଳ ସାହୁ, ମିଲ୍ଲୀ ସାହୁ, ହେମାଡ୍ରି ଆଚାର୍ଯ୍ୟ, ସୁଶାନ୍ତ ନାୟକ, ମାଧବ ଗାହାଣ, ମାମସି ମାନସି ମାଲିକ, ସ୍ଲୀପିକା ମିଶ୍ର, ସୁଭଦ୍ରା ସେଠି, ବସନ୍ତି ରାଉତରାୟ, ରାନୁ ପ୍ରତିହାରୀ, କୁଳମଣି ଜେନା, ଦେବେନ୍ଦ୍ର ନାୟକ, ସୁର ନାୟକ, ମୀନାରାଣୀ ଦାସ, ସ୍ଵର୍ଣ ସାହୁ ଓ ଶୁଭକାନ୍ତ ବେହେରା ପ୍ରମୁଖ କର୍ମକର୍ତା ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *