ରାମନବମୀ ଉପଲକ୍ଷେ ପଣା ବଣ୍ଟନ ଉତ୍ସବ

ଭୁବନେଶ୍ୱର : ପବିତ୍ର ରାମନବମୀ ଉପଲକ୍ଷେ ସ୍ଥାନୀୟ ଆଇ ଆର ସି ଭିଲେଜ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ଠାରେ ପଣା ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ସାମାଜିକ ଅନୁଷ୍ଠାନ ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ ଏହା ଆୟୋଜିତ ହୋଇଅଛି।ଏହି କାର୍ଯ୍ୟକ୍ରମରେ ସୁସ୍ଵାଦୁ ପଣା ବଣ୍ଟନ କରା ଯାଇଥିଲା । ବେଲ, ବସାଦହି, ନଡିଆ, କଦଳୀ ଆଉ ଗୁଡ଼ରେ ପ୍ରସ୍ତୁତ ଓଡ଼ିଆ ପାରମ୍ପରିକ ପଣା ଖୁବ୍ ସ୍ୱାଦଯୁକ୍ତ ହୋଇଥିଲା । ପ୍ରାୟ ୩୦୦ ରୁ ଉର୍ଦ୍ଧ ବ୍ୟକ୍ତି ପଣା ପିଇବା ସହ ଆୟୋଜକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ଅଧକ୍ଷା ତପସ୍ଵିନୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ରର ପ୍ରଥମ ସଭାପତି ପ୍ରଫେସର ରାଜଲକ୍ଷ୍ମୀ ମହାପାତ୍ର, ପୂର୍ବତନ ସଭାପତି ପ୍ରଫେସର ସରୋଜଲକ୍ଷ୍ମୀ ପଟ୍ଟନାୟକ,ରେଖା ଦାସ, ନଳୀନି, ସଂଜୟ ଦାସ, କଳ୍ପନା ରାଉତରାୟ, ସଭାପତି ଡ.ମମତା ଦାଶ, ଶ୍ରୀଯୁକ୍ତ ହିମାଂଶୁ ଦାଶ, ଶ୍ରୀମତୀ କାନନବାଳା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଆୟୋଜକଙ୍କ ଏହି କାର୍ଯ୍ୟକ୍ରମକୁ ଜନସାଧାରଣ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *