ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟରେ ପୋଷା ହାତୀ ନନ୍ଦର ମୃତ୍ୟୁ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟରେ ଥିବା ପୋଷା ହାତୀ ନନ୍ଦର ମୃତ୍ୟୁ ଘଟିଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲା। ଚିକିତ୍ସା ପରେ ବି ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଗତକାଲି ତାର ସ୍ୱାସ୍ଥ୍ୟବସ୍ଥା ଆହୁରି ବଗିଡ଼ି ଯାଇଥିଲା । ଓୟୁଏଟି ଡାକ୍ତରମାନେ ତାର ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରୁ ତାର ମୃତ୍ୟୁ ଘଟିଥିଲା ।

ପୂର୍ବରୁ ନନ୍ଦନକାନନରେ ଥିବା ବେଳେ ନନ୍ଦ ହାତୀ ପର୍ଯ୍ୟଟକଙ୍କ ପାଖରେ ବେଶ୍ ପରିଚିତ ଥିଲା। ନନ୍ଦ ଏକ ତାଲିମ ପ୍ରାପ୍ତ କୁମକି ହାତୀ ଥିଲା। ନନ୍ଦ ଜଙ୍ଗଲ ସୁରକ୍ଷା ଓ ଅନ୍ୟ ହାତୀକୁ ଘଉଡ଼ାଇବାରେ ମୁଖ୍ୟ ଭୂମିକା ନେଇଥିଲା ନନ୍ଦନକାନନରେ ଥିବା ବାସନ୍ତୀ ହାତୀ ପାଖରୁ ଜନ୍ମ ନେଇଥଲା ନନ୍ଦ ।

ତେବେ ୧୯୯୭ ନଭେମ୍ବର ୨୮ରେ ମାହୁନ୍ତ ରାଧାରମଣ ସିଂହଙ୍କୁ କଚାଡ଼ି ମାରିବା ପରେ ଚର୍ଚ୍ଚାକୁ ଆରସିଥିଲା ନନ୍ଦ। ସେହି ଦିନଠୁ ତା’ ଗୋଡ଼ରେ ଶିକୁଳି ପକା ଯାଇ ରଖାଯାଇଥିଲା। ଏହାପରେ ନନ୍ଦର ମାନସିକ ଅବସ୍ଥାକୁ ଯାଞ୍ଚ କରାଯିବା ପରେ ୨୦୧୦ ମସିହାରେ ବେଡ଼ି ମୁକ୍ତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *