ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ରୌପ୍ୟ ପଦକ ଜିତିଲେ ସଂକେତ ସାଗର

ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ତା’ର ପଦକ ଅଭିଯାନ ଆରମ୍ଭ କରିଛି । ଭାରୋତ୍ତୋଳନର ୫୫ କିଗ୍ରା ପୁରୁଷ ବର୍ଗରେ ଭାରତର ସଂକେତ ସାଗର ରୌପ୍ୟ ପଦକ ଜିତି ଭାରତ ପାଇଁ ପ୍ରଥମ ପଦକ ବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି । ଭାରୋତ୍ତୋଳନରେ ଚମତ୍କାର ପ୍ରଦର୍ଶନ କରି ସେ ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିପାଇଁ ତାଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକେତ ସାଗରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *