ସାହିତ୍ୟାରୁଣ ପ୍ରଫୁଲ୍ଲ ଚନ୍ଦ୍ର ସାହାଣିଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମରଣିକା ଉନ୍ମୋଚନ

ଯାଜପୁର : ସାହିତ୍ୟ ବାର୍ତ୍ତାର ସଂପାଦକ ସାହିତ୍ୟାରୁଣ ପ୍ରଫୁଲ୍ଲ ଚନ୍ଦ୍ର ସାହାଣିଙ୍କ ପ୍ରଥମ ବାର୍ଷିକ ସ୍ମରଣ ଦିବସ ଅବସରରେ ଆଜି ତାଙ୍କର ଜନ୍ମପୀଠ ପଲ୍ଲୀ ଗାଁ ଗୋବିନ୍ଦପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା ।ବିଶିଷ୍ଟ ସାହିତ୍ୟିକ ତଥା କବି ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ରଂଜିତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ୱର୍ଗତ ସାହାଣୀଙ୍କର ଅନନ୍ୟ ପ୍ରତିଭା ତଥା ସାହିତ୍ୟ, ସଂସ୍କୃତି ଓ ସାମାଜିକ ମୂଲ୍ୟ ବୋଧର ଗାଥା ବିଷୟରେ ବିଷଦ ବାଖ୍ୟା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ସ୍ୱର୍ଗତ ସାହାଣୀଙ୍କ ରାଜନୈତିକ ଅସାମାଜିକ ସଂପୃକ୍ତି ବିଷୟରେ ଆଲୋଚନା କରିବା ସହ ସ୍ମୃତି ଚାରଣ କରିଥିଲେ । ସମ୍ମାନୀତ ଅତିଥି ଭାବେ ସନ୍ତୋଷ କୁମାର ନନ୍ଦ ସ୍ୱର୍ଗତ ସାହାଣୀଙ୍କର ଦ୍ୱାରା ପ୍ରକାଶିତ ପତ୍ରିକା ସାହିତ୍ୟ ବାର୍ତ୍ତା ଓଡିଶାର ପୁର ପଲ୍ଲୀରେ ଆଦୃତ ଥିଲା ତାହାକୁ ଯଦି ପୁନଃ ପ୍ରକାଶନ କରା ଯାଇ ପାରିବ ତାହା ତାଙ୍କ ପାଇଁ ବାସ୍ତବ ଶ୍ରଦ୍ଧାଞ୍ଜଳି ହେବ ବୋଲି ବର୍ଣ୍ଣନା କରିଥିଲେ । ସାହିତ୍ୟିକ ମଧୁସୁଦନ ମହାପାତ୍ର ବୟସର ଅପରାହ୍ନରେ ବି ଆସି ନିଜର ମାନସର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଜ୍ୟ କଂଗ୍ରେସ ଯୁବ ନେତୃତ୍ୱ ଶ୍ରୀନାଥ କର ନିଜର ଶ୍ରଦ୍ଧାଞ୍ଜଳି ବାଢିବା ଛଳରେ ସ୍ୱର୍ଗତ ସାହାଣି ସାହିତ୍ୟ ସାଧନା ଓ ମାନବୀୟ ଦୃଷ୍ଟି କୋଣରୁ ଜଣେ ଅସାଧାରଣ ମଣିଷ ଥିଲେ ବୋଲିବର୍ଣ୍ଣନା କରିଥିଲେ । ସ୍ମୃତି ଲିପିର ସଂପାଦକ ଭୁବନ ମୋହନ ମହାନ୍ତି ସ୍ୱର୍ଗତ ସାହାଣି ପଲ୍ଲୀ ଗ୍ରାମ ଗୋବିନ୍ଦ ପୁରରୁ ପ୍ରକାଶିତ ସାହିତ୍ୟ ବାର୍ତ୍ତାକୁ ଭାରତର ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ନେଇ ସେଠାରେ ପ୍ରବାସୀ ଓଡିଆ ମାନଙ୍କ ଦ୍ୱାରା କିପରି ସମ୍ମିଳନୀ କରିଥିଲେ ଓ ତାଙ୍କ ସାଥିରେ ସେ ଥିଲେ ତଥା ସେଦିନର ସ୍ମୃତି କୁ ରୋମନ୍ଥିତ କରିଥିଲେ ।

ଅନନ୍ୟାର ସଂପାଦକ ହୃଷିକେଶ ପତି ସାହିତ୍ୟର ସ୍ଥିତିରେ ସ୍ୱର୍ଗତ ପ୍ରଫୁଲ୍ଲ ସାହାଣିଙ୍କ ଅବଦାନ ବିଷୟରେ ସ୍ୱତନ୍ତ୍ର ବାଖ୍ୟା କରିଥିଲେ ।ଏହା ବ୍ୟତିତ ସ୍ଥାନୀୟ ସରପଂଚ କଳ୍ପନା ଭୂୟାଁ,ବିକ୍ରମ ମହାପାତ୍ର, ସୁବାସ ଚନ୍ଦ୍ର ପଣ୍ଡା,ବାମଦେବ ସାହାଣି, ମନମୋହନ ପାଢୀ,ଅଞ୍ଜଳି କର,ବିଷ୍ଣୁ ଚରଣ ରାଉତ,ଭାଷ୍କର ମହାନ୍ତି,ମହାରାଜ ଭୋଳାନାଥ ଦାସ,ରବିନ୍ଦ୍ର ମିଶ୍ର, ନିରଂଜନ ସାହୁ ,ସମ୍ମାନିତ ବକ୍ତା, ଦୁର୍ଯ୍ୟୋଧନ ପଢିଆରୀ ପ୍ରମୁଖ ଅତିଥି ମାନେ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାହିତ୍ୟ ବାର୍ତ୍ତାର ସହ ସଂପାଦିକା ବୀଣାପାଣି ବଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଭା ଆରମ୍ଭ ପୂର୍ବରୁ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ରଂଜିତା ରାଉତ, ସରପଂଚ କଳ୍ପନା ଭୂୟାଁ ସ୍ୱର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ସାହାଣି ଓ ତାଙ୍କ ପିତା ସ୍ୱର୍ଗତ ମାଧବା ନନ୍ଦ ସାହାଣିଙ୍କର ପ୍ରତିମୂର୍ତ୍ତୀକୁ ଅନାବରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନେମାହନ ପାଢୀ ଗୀତାପାଠ କରିଥିବା ବେଳେ ଦୁର୍ଯ୍ୟୋଧନ ପଢିଆରୀ ଶ୍ରୀ ଜଗନ୍ନାଥ ଅଷ୍ଟକମ୍ ପାଠ କରିଥିଲେ ।ଏତଦ୍ ଭିନ୍ନ ସ୍ୱର୍ଗତ ସାହାଣିଙ୍କ ସ୍ମୃତିରେ ‘ପ୍ରଫୁଲ୍ଲିତ ପ୍ରଫୁଲ’ ନାମକ ଏକ ସଦୃଶ ସ୍ମରଣିକା ତାଙ୍କର ପୁତ୍ର ସୀମାଦ୍ରୀ ସାହାଣି(ଲିଙ୍କନ୍‌)ଙ୍କ ସଂପାଦନାରେ ପ୍ରକାଶ ପାଇଥିଲା । ଏହି ସ୍ମରଣୀକା କୁ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ମନୋଜ କୁମାର ରାଉତ ଓ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ସ୍ୱର୍ଗତ ସାହାଣିଙ୍କ ଜ୍ୟେଷ୍ଠପୁତ୍ର ସଂଗ୍ରାମ ସାହାଣି ଉପସ୍ଥିତ ପ୍ରଫୁଲ୍ଲ ପ୍ରେମୀ ସଜ୍ଜନଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଶିକ୍ଷାବିତ୍ ପ୍ରହଲ୍ଲାଦ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *