ନକଲି ଔଷଧ ବ୍ୟବସାୟୀଙ୍କ ପ୍ରତି କଠୋର ହେଲା ୟୁସିଡିଏ

ଭୁବନେଶ୍ୱର : ସରକାରଙ୍କ ଏକ ନେସନ ଏକ ଟ୍ୟାକ୍ସ ଆଧାରରେ ଯେ କୌଣସି ବ୍ୟବସାୟୀ ଜିଏସଟି ପରି ଯେକୌଣସି ସ୍ଥାନରୁ ଯେକୌଣସି ଜିନିଷ କିଣିପାରିବେ । କିନ୍ତୁ କିଛି ଅସାଧୁ ମୁନାଫର ବ୍ୟବସାୟୀ ଏହାର ସୁଯୋଗ ନେଇ ବିଭିନ୍ନ ସ୍ଥାନରୁ ନକଲି ଔଷଧ ଆମଦାନୀ କରି ବିକ୍ରି କରିବା ଆରମ୍ଭ କଲେ । କମ୍ପାନୀ ପଞ୍ଜିକୃତ ବ୍ୟବସାୟୀଙ୍କୁ ଆମ ସଂଘ ଉତ୍କଳ କେମେଷ୍ଠି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ତଦାରଖ କରିବା ସମ୍ଭବ । କିନ୍ତୁ ଅଣ ପଞ୍ଜିକୃତ ବ୍ୟବସାୟୀଙ୍କ ହିସାବ ରଖିବା ସମ୍ଭବ ନୁହେଁ । କାରଣ ସଂଘ ଅଗୋଚରରେ ସେମାନେ ତାଙ୍କ କଳା ସମ୍ରାଜ୍ୟ ବିଛାଇଛନ୍ତି । ଏହି ଖବର ଆମ ନଜରକୁ ଆସିବା ପରେ ତୁରନ୍ତ ଆମେ ତାଙ୍କୁ ଆମ ସଂଘ ସଭ୍ୟପଦରୁ ବରଖାସ୍ତ କରିଛୁ । ଭେଷଜ ବିଭାଗକୁ ସହଯୋଗ କରି ବଜାରରୁ ସମସ୍ତ ନକଲି ଔଷଧ ଫେରସ୍ତ ଦେବା ସହିତ ସମସ୍ତ ତଥ୍ୟ ଯୋଗଇ ଦେଇଛୁ । ଯଦିଓ ଅନଲାଇନ ଔଷଧ ବ୍ୟବସାୟ ନିୟମାନୁଯାୟୀ ବୈଧ ନୁହେଁ ତଥାପି ଅନେକ କମ୍ପାନୀ ଏହାକୁ ଗଣମାଧ୍ୟମରେ ରିହାତି ଦରରେଯୋଗାଇ ଦେବାର ପ୍ରତିଶୃତି ଦେଉଛନ୍ତି । ହେଲେ ସରକାର ସେଥିପ୍ରତି ବିମୁଖ । ନିଜର ବ୍ୟବସାୟ ପ୍ରତିଷ୍ଟାନ ବଞ୍ଚାଇ ରଖିବା ପାଇଁ ସମସ୍ତେ ରିହାତି ଦରରେ ଔଷଧ କିଣିବା ପାଇଁ ଚେଷ୍ଟିତ | ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ନାମୀଦାମୀ କମ୍ପାନୀର ପ୍ୟାକିଙ୍ଗ ବ୍ୟବହାର କରି ରିହାତି ଦରରେ ନକଲି ଔଷଧ ବିକ୍ରି କରୁଛନ୍ତି । ଆମ ସଭ୍ୟ ବିଲିରେ ଔଷଧ କିଣିଛନ୍ତି ଏବଂ ବିଲିରେ ବିକ୍ରି କରୁଛନ୍ତି । ସେମାନେ ଜାଣିବାର ଅବକାଶ ନାହିଁ ଏହା ଅସଲି କିମ୍ବା ନକଲି । ଭେଷଜ ବିଭାଗରେ ଥିବା ଅଫିସର କିମ୍ବା କର୍ମଚାରୀ ମଧ୍ୟ ସେତିକି ନାହାନ୍ତି ଯିଏକି ପୁଙ୍ଖାନୁପୁଙ୍ଖ ତର୍ଜମା କରିପାରିବେ | ଏହାର ସୁଯୋଗ ସେମାନେ ନେଉଛନ୍ତି । କମ୍ପାନୀ ପଞ୍ଜିକୃତ ପାଇକାରୀ ବ୍ୟବସାୟୀ କେବଳ କମ୍ପାନୀଠାରୁ ଔଷଧ କିଣିବାର ନିୟମ ଥିବାବେଳେ ଅଧିକ ଲାଭ ଆଶାରେ ଯେଉଁ ପଞ୍ଜିକୃତ ବ୍ୟବସାୟୀ ଅସାଧୁ ବ୍ୟବସାୟୀଙ୍କ ଠାରୁ ଔଷଧ କିଣୁଛନ୍ତି ସଂଘ ତାହାକୁ ତୀବ୍ର ନିନ୍ଦା କରିବା ସହିତ ପଞ୍ଜିକୃତକୁ କମ୍ପାନୀକୁ ଜଣାଇ ବରଖାସ୍ତ କରାଯିବାର ସମସ୍ତ ବ୍ୟବସ୍ଥା କରିବ |

Leave a Reply

Your email address will not be published. Required fields are marked *