ଓଡ଼ିଆ ମିଡିୟମ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ; ୱିଲକେଫ୍ (Wilkef) ଆପ ଦ୍ୱାରା ପଢିବା ହେଲା ଅତି ସହଜ

ଭୁବନେଶ୍ୱର : କରୋନା ସମୟ ଆରମ୍ଭ ହେବା ଠାରୁ ଆମ ଶିକ୍ଷା ବ୍ୟବସ୍ଥାରେ ଯୋଡିହୋଇଥିବା ଡିଜିଟାଲ ପ୍ଲାଟଫର୍ମରେ ଶିକ୍ଷାଦାନ ବର୍ତ୍ତମାନ ଏକ ପ୍ରଭାବଶାଳୀ ବ୍ୟବସ୍ଥା ରୂପେ ସାବ୍ୟସ୍ତ ହୋଇସାରିଛି | ଇଣ୍ଟରନେଟ ମାଧ୍ୟମରେ ଅନଲାଇନ କ୍ଲାସ, ଶିକ୍ଷଣୀୟ ଭିଡିଓ ପ୍ରସ୍ତୁକରି ୟୁ ଟ୍ୟୁବ ଦ୍ୱାରା ଶିକ୍ଷାଦାନ ତଥା ଲାଇଭ କ୍ଲାସ ମାଧ୍ୟ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ମାନଙ୍କ ସହ ଯୋଡିବା ବର୍ତ୍ତମାନ ବହୁ ସହଜରେ ହୋଇପାରୁଛି | ଶିକ୍ଷା ଦାନ ବ୍ୟବସ୍ଥାରେ ରୁଚି ରଖୁଥିବା ଆଉ କିଛି ସୃଜନଶୀଳ ଓ ରୁଚିସଂପନ୍ନ ଯୁବ ବ୍ୟକ୍ତିତ୍ୱ ଏହି ବ୍ୟବସ୍ଥାରେ କିଛି ନୂଆ କରି ଦେଖାଇବା ଇଚ୍ଛାରେ ଆଗେଇ ଆସିଛନ୍ତି | ସେମିତି ଏକ ପରିକଳ୍ପନାରେ ତିଆରି ହୋଇଛି ୱିଲକେଫ୍ (Wilkef) ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ | ୱିଲକେଫ୍ (Wilkef) ଏକ ଆପ୍ଲିକେସନ ଯାହା ଛାତ୍ରଛାତ୍ରୀ ମାନଙ୍କୁ ସବୁଠାରୁ ପ୍ରଭାବଶାଳୀ ଏବଂ ସହଜ ଉପାୟରେ ସେମାନଙ୍କର ପାଠ୍ୟକ୍ରମ ଶିଖିବାରେ ସାହାଯ୍ୟ କରେ | ଅଫଲାଇନ୍ ଭିଡିଓ କ୍ଲାସ୍, ଲାଇଭ୍ କ୍ଲାସ ଦ୍ୱାରା ଡାଉଟ କ୍ଲିୟରିଂ ଅଧିବେଶନ, ମକ୍ ପରୀକ୍ଷା ଏବଂ ଆହୁରି ଅନେକ କିଛି ପ୍ରଦାନ କରିଥାଏ ଏହି ଅନଲାଇନ ପ୍ଲାଟଫର୍ମ ର ଆପ | ଏହି ଆପ୍ଲିକେସନ ର ବିଶେଷତ୍ୱ ହେଉଛି କି ଓଡ଼ିଆ ଭାଷାରେ ଶିକ୍ଷା ଦାନ ସହ ସୁନ୍ଦର ଭାବେ ବୁଝିପାରୁଥିବା ଭଳି ମୋସନ ଗ୍ରାଫିକ ର ବ୍ୟବହାର | ଯାହା ପିଲାମାନଙ୍କୁ ଜଟିଳ ପ୍ରଶ୍ନ ଗୁଡିକୁ ବୁଝିବାରେ ବେଶ ଭଲଭାବରେ ସାହାଯ୍ୟ କରାଇଥାଏ |

ଏଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଥିବା ବିଶ୍ୱରଂଜନ ଏହାକୁ ନେଇ କୁହନ୍ତି କି, ଆମେ ବର୍ତ୍ତମାନ ଓଡ଼ିଶା ରାଜ୍ୟ ବୋର୍ଡ ପାଠ୍ୟକ୍ରମରୁ ଆରମ୍ଭ କରିଛୁ ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଓ ଅବିଭାବକ ଙ୍କୁ ଏଥିରେ ଯୋଡ଼ିବାରେ ପ୍ରୟାସ କରୁଛୁ | ଆମେ ପିତାମାତାଙ୍କ ଦ୍ୱାରା ନିୟନ୍ତ୍ରଣ କରାଯାଇପାରୁଥିବା ଏକ ଆପ୍ ମଧ୍ୟ ପ୍ରଦାନ କରୁ ଯାହା ପିତାମାତାଙ୍କୁ ସେମାନଙ୍କ ପିଲାଙ୍କ ଏକାଡେମିକ୍ ଅଭିବୃଦ୍ଧି ଉପରେ ନଜର ରଖିବାରେ ସାହାଯ୍ୟ କରିବ | ଆମର ଶିକ୍ଷାର୍ଥୀମାନଙ୍କ ପାଇଁ ଆମର ସର୍ବୋତ୍ତମ ଜିନିଷ ହେଉଛି ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନସ ଆଧାରିତ ଶିକ୍ଷାଦାନ ବ୍ୟବସ୍ଥା ଯାହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଭିନ୍ନ ଭାବରେ କ୍ୟୁରେଟ୍ କରାଯାଏ | ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସବୁଠାରୁ ସହଜ ଏବଂ ପ୍ରଭାବଶାଳୀ ଉପାୟରେ ଅଲଗା ଅଲଗା ବିଷୟ ଉପରେ ବିଶେଷଜ୍ଞଙ୍କଠାରୁ ଶିଖିବାରେ ସାହାଯ୍ୟ କରିବା | ୱିଲକେଫ୍ (Wilkef) ଦ୍ୱାରା ଅନଲାଇନ୍ ଟ୍ୟୁଟରିଂ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଘରୁ ଶିଖିବାକୁ ଅନୁମତି ଦିଏ, ଯାହା ସେମାନଙ୍କର ସମୟ ଏବଂ ଶକ୍ତି ସଞ୍ଚୟ କରେ ଯାହା ଶିଖିବାରେ ବିନିଯୋଗ କରାଯାଇପାରିବ |

ୟୁ ଟ୍ୟୁବ ମାଧ୍ୟମରେ ଉପଲବ୍ଧ ହେଉଥିବା ଏହାର କିଛି ଶିକ୍ଷଣୀୟ କ୍ଲାସ ସବୁ ଦେଖିସାରି ଏହି ଆପ୍ଲିକେସନ ର ଉପଯୋଗୀତା ବିଷୟରେ ମତାମତ ଦେବାକୁ ଅନୁରୋଧ କରିଛନ୍ତି ଏହାର ଉଦ୍ୟୋକ୍ତା ବିଶ୍ୱରଞ୍ଜନ |

ନିମ୍ନରେ ଦିଆଯାଇଥିବା ଲିଙ୍କରେ ଆପଣମାନେ ଏହି ୱିଲକେଫ୍ (Wilkef) ଆପ୍ଲିକେସନ କୁ ଡାଉନଲୋଡ କରିପାରିବେ :

ୱିଲକେଫ୍ (Wilkef) ଆପ୍ଲିକେସନର ୟୁ ଟ୍ୟୁବ ଲିଙ୍କ :
https://www.youtube.com/watch?v=V3jbn1JxIXQ

Leave a Reply

Your email address will not be published. Required fields are marked *