ଉତ୍କଳ ଚାମ୍ବର ଅଫ କମର୍ସର ବିଶ୍ବ ମାନକ ଦିବସ ପାଳନ

ଭୁବନେଶ୍ୱର : ଉତ୍କଳ ଚାମ୍ବର ଅଫ କମର୍ସ (ୟୁସିସିଆଇ) ଏବଂବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ୍) ଭୁବନେଶ୍ୱର ପକ୍ଷରୁ ୱାର୍ଲଡ ଷ୍ଟାଣ୍ଡାର୍ଡସ ଡେ ସ୍ଥାନିୟ ୟୁସିସିଆଇ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଆଇଏସ ଭୁବନେଶ୍ଵରର ମୁଖ୍ୟ ତଥା ନିର୍ଦ୍ଦେଶକ ଜଗନ୍ନାଥ ମାଝି ସ୍ଵାଗତ ଭାଷଣ ଦେଇଥିଲେ।ଉପନିର୍ଦ୍ଦେଶକ ଅଭିନାଷ ବରଦେଲେଇ ଏହି ଦିବସର ସନ୍ଦେଶ ପାଠ କରିଥିଲେ। ୟୁସିସିଆଇ ସଭାପତି ବ୍ରହ୍ମା ମିଶ୍ର ଏ କ୍ଷେତ୍ରରେ ୟୁରୋପୀୟ ୟୁନିୟନରେ ପ୍ରଚଳିତ ବ୍ୟବସ୍ଥା ଏବଂ ଭାରତୀୟ ଆଇନ ଉପରେ ମତ ରଖିଥିଲେ । ଗୁଣବତ୍ତା ରକ୍ଷା କ୍ଷେତ୍ରରେଏସ୍ଏସ୍ଏସ୍‌ଇ ସାମ୍ନାରେ ରହିଥିବା ବିଭିନ୍ନ ଆହ୍ବାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଗୁରୁତ୍ବାରୋପ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ରେଭେନ୍ସା ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଏସ୍.କେ ନାୟକ, ଏସ୍ଏସ୍ଏମ୍ଇଡିଆଇ କଟକର ଯୁଗ୍ମ ନିର୍ଦ୍ଦେଶକ ପିକେ ଗୁପ୍ତା, ଓଇଆର୍‌ସିର ପୂର୍ବତନ ଅଧ୍ୟକ୍ଷ ୟୁଏନ ବେହେରାଙ୍କ ସମେତ ଅନ୍ୟ ଅତିଥ୍ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଥିଲେ । ୟୁସିସିଆଇ ସମ୍ପାଦକ ଅଶୋକ କୁମାର ଶାରଦା ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *